ସନବର୍ନ, ଟ୍ଯାନିଂ ଦୂର କରିବ ଅଟା ଫେସପ୍ଯାକ୍, ତେଲିଆ ତ୍ବଚା ପାଇଁ କରନ୍ତୁ ଏହି ଉପାୟ

ଆପଣ ଅଟାରେ ରୁଟି କିମ୍ବା ପୁରୀ ତିଆରି କରିଥିବେ। ଏହା ଶରୀର ପାଇଁ ବେଶ ଲାଭପ୍ରଦ। କିନ୍ତୁ କେବେ ଆପଣ ଅଟାକୁ ନିଜ ସୁନ୍ଦରତା ବଢାଇବା ପାଇଁ ବ୍ଯବହାର କରିଛନ୍ତି କି ? ଯଦି କରିନାହାନ୍ତି, ତେବେ ଆଜି ନିଶ୍ଚିତ ଭାବେ ଟ୍ରାଏ କରନ୍ତୁ। ଅଟାରେ ଅନେକ ପ୍ରକାର ତ୍ବଚା ସମ୍ବନ୍ଧୀୟ ସମସ୍ଯା ମଧ୍ୟ ଦୂର ହୋଇପାରିବେ। ଗହମ ଅଟାରେ ସନବର୍ନ, ଟ୍ଯାନିଂ, ଏଜିଂ ଭଳି ସମସ୍ଯାକୁ ଦୂର କରାଯାଇପାରିବ। ତେବେ ଆସନ୍ତୁ ଜାଣିବା କେମିତି କରିବେ ଅଟାରେ ଫେସପ୍ଯାକ …

ଅଟାରେ ଫେସପ୍ଯାକ ପାଇଁ : ୨ ଚାମଚ ଅଟା, ୧/୨ ଚାମଚ ଆଲୋଭେରା ଜେଲା, ୧ ଚାମଚ ଚନ୍ଦନ ପାଉଡର, ୧ ଚାମଚ ଳେମ୍ବୁ ରସ କିମ୍ବା ଦହି, ୧ ଚାମଚ କଦଳୀ ଚକଟା, ଗୋଲାପ ଜଳ।

ସବୁ ଜିନିଷକୁ ଭଲଭାବେ ମିଶାଇ ଏହି ଫେସପ୍ଯାକକୁ ୨୦ରୁ ୨୫ ମିନିଟ ପାଇଁ ମୁହଁରେ ଲଗାନ୍ତୁ। ତା’ ପରେ ମୁହଁକୁ ଭଲ ଭାବେ ଧୋଇ ଦେବା ପରେ ଟୋନର ଲଗାନ୍ତୁ।

ତେଲିଆ ତ୍ବଚା ପାଇଁ : ତେଲିଆ ତ୍ବଚା ପାଇଁ ଅଟାରେ ଏହି ଫେସପ୍ଯାକରେ ୩ ଚାମଚ ଅଟା, ୨ ଚାମଚ ଗୋଲାପ ଚଳ, ଅଳ୍ପ ହଳଦୀ, ୧ ଚାମଚ ଆଲୋଭେରା ଜେଲ ମିଶାନ୍ତୁ। ଏହାକୁ ଲଗାଇବା ଦ୍ବାରା ମୁହଁରୁ ତେଲିଆପଣ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.