କୋରାପୁଟ: ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ସରପଞ୍ଚ, ପୋଖରୀ ଖୋଳା କାର୍ଯ୍ୟାଦେଶ ପାଇଁ ନେଉଥିଲେ ୨୦ ହଜାର ଟଙ୍କା ଲାଞ୍ଚ

କେନ୍ୟୁଜ୍(ବ୍ୟୁରୋ):  ଭିଜିଲାନ୍ସ ଜାଲରେ କୋରାପୁଟ ଦଶମନ୍ତପୁର ବ୍ଲକ୍‌ ମୁଜାଙ୍ଗ ପଞ୍ଚାୟତର ମହିଳା ସରପଞ୍ଚ ରଇଲା ମାଝୀ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବକଡ଼ାଗୁଡ଼ା ଗାଁର ଗଙ୍ଗାଧର ସାଆଣ୍ଟାଙ୍କ ଠାରୁ ଏକ ପୋଖରୀ କାର୍ଯ୍ୟର କାର୍ଯ୍ୟାଦେଶ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଚୁକ୍ତି ମୁତାବକ ଗଙ୍ଗାଧର ଟଙ୍କା ଦେବାବେଳେ ମହିଳା ସରପଞ୍ଚଙ୍କୁ ରେଡ୍‌ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ ।

ତାଙ୍କ ନାଁରେ ମାମଲା ରୁଜୁ କରିବା ସହ ସରପଞ୍ଚଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍‌ । ସେହିପରି ଗତକାଲି ମଲକାନଗିରି ଜିଲ୍ଲାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମୁଖ୍ୟ କିରାଣୀ ଅକ୍ଷୟ ନାୟକ ଜଣେ ବ୍ୟକ୍ତିଙ୍କ ଠାରୁ ୧୪୪ ମାମଲା ପ୍ରତ୍ୟାହାର କରିବା ପାଇଁ ୮୦ ହଜାର ଟଙ୍କା ମାଗିଥିଲେ । ଚୁକ୍ତି ମୁତାବକ ଟଙ୍କା ନେବା ବେଳେ କିରାଣୀ ଅକ୍ଷୟ ନାୟକଙ୍କୁ ରେଡ୍‌ ହ୍ୟାଣ୍ଡ ଧରି ଗିରଫ କରିଥିଲେ ଭିଜିଲାନ୍ସ ଟିମ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.