ଘରୋଇ ବସ ଧକ୍କାରେ ମହିଳା ଗୁରୁତର, ମେଡିକାଲକୁ ସ୍ଥାନାନ୍ତର

ଦିଗପହଣ୍ଡି ରାସ୍ତାର ଗୋକର୍ଣ୍ଣପୁର ଠାରେ ଘରୋଇ ବସ ଧକ୍କାରେ ମହିଳା ଗୁରୁତର ଆହତ ହୋଇଛନ୍ତି ।

ବ୍ରହ୍ମପୁର : ଦିଗପହଣ୍ଡି ରାସ୍ତାର ଗୋକର୍ଣ୍ଣପୁର ଠାରେ ଘରୋଇ ବସ ଧକ୍କାରେ ମହିଳା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଦିଗପହଣ୍ଡି ମେଡିକାଲକୁ ନିଆଯିବା ପରେ ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଆହତ ମହିଳା ଜଣକ ହେଲେ ସୁଶୀଳା ଦୋରା । ଦୁର୍ଘଟଣା ଯୋଗୁ ରାସ୍ତା ପାର୍ଶ୍ୱରେ ଥିବା ଚାରି ଗୋଟି ବାଇକ ମଧ୍ୟ ଭାଙ୍ଗିଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.