ଆମେରିକାରେ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ କାର୍ ଭିତରେ ଗୁଳି କରି ହତ୍ୟା, ୩ ବର୍ଷ ପୂର୍ବେ AIIMSରୁ କରିଥିଲେ ପିଜି
ଆମେରିକାର ଓହିଓରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୟୁନିଭର୍ସିଟି ଅଫ୍ ସିନ୍ସିନାଟି ମେଡିକାଲ ସ୍କୁଲରେ ଛାତ୍ର ଜଣକ ବାୟୋଲୋଜିରେ ପିଏଚ୍ଡି କରୁଥିଲେ। ମୃତ ଛାତ୍ର ହେଲେ, ୨୬ ବର୍ଷୀୟ ଆଦିତ୍ୟ ଅଦଲଖା। ତାଙ୍କୁ ତାଙ୍କ କାର୍ ଭିତରେ ଗୁଳି କରାଯାଇଛି।

ନଭେମ୍ବର ୯ ତାରିଖ ସକାଳେ ଏହି ଘଟଣା ଘଟିଥିଲା। ଘଟଣାର ୨ ଦିନ ପରେ ଆଦିତ୍ୟ ୟୁସି ମେଡିକାଲ ସେଣ୍ଟର୍ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ।
ସୂଚନା ଅନୁସାରେ, ଆଦିତ୍ୟ ୨୦୧୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜସ କଲେଜରୁ ପ୍ରାଣୀ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ୨୦୨୦ରେ ସେ ଏମ୍ସରୁ ଫିଜିଓଲୋଜିରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ତାଙ୍କର ଡାକ୍ତରୀ ଅଧ୍ୟୟନ ଜାରି ରଖିବା ପାଇଁ ସେ ଦିଲ୍ଲୀରୁ ଆମେରିକାର ସିନ୍ସିନାଟି ଯାଇଥିଲେ।
ସେପଟେ ଆଦିତ୍ୟଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ମେଡିକାଲ ବିଶ୍ୱବିଦ୍ୟାଳୟ ଏକ ବୟାନ ଜାରି କରିଛି। ଏହି ଘଟଣା ବହୁତ ଦୁଃଖଦ ଏବଂ ସମ୍ବେଦନଶୀଳ ବୋଲି ବିଶ୍ୱବିଦ୍ୟାଳୟ ବର୍ଣ୍ଣନା କରିଛି। ସେପଟେ ବିଶ୍ୱବିଦ୍ୟାଳୟର ଡିନ୍ ଆଣ୍ଡ୍ରୁ ଫିଲକ୍ କହିଛନ୍ତି, ଆଦିତ୍ୟ ଅଦଲଖା ବହୁତ ଭଲ, ଦୟାଳୁ, ବୁଦ୍ଧିମାନ ଏବଂ ତେଜ ବ୍ୟକ୍ତି ଥିଲେ।