ଧୋକା ଦେଲା ପ୍ରେମିକ; ବିବାହ ପ୍ରତିଶ୍ରୁତି ପାଇ ସ୍ୱାମୀଙ୍କୁ ଛାଡିଲେ, ଏବେ ଶଙ୍ଖା ସିନ୍ଦୁର ଧରି ପ୍ରେମିକର ଘର ସାମ୍ନାରେ ଧାରଣା

ଢେଙ୍କାନାଳ (କେନ୍ୟୁଜ): ପ୍ରେମିକର ଘର ସାମ୍ନାରେ ଶଙ୍ଖା ସିନ୍ଦୁର ଧରି ପ୍ରେମିକାର ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ । କଙ୍କଡାହାଡ଼ ଥାନା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଭଦଳିଆ ସାହିରେ ଏ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରେମିକ ଶ୍ରୀବତ୍ସ ଗୁରୁ ପ୍ରେମିକା ମିତା ସିଂହକୁ ଆଜକୁ ୧୪ ବର୍ଷ ହେବ ଭଲ ପାଇ ଆସୁଥିଲା ଅଭିଯୋଗ କରି ଶଶୁର ଘର ସମ୍ମୁଖର ବସିରହିଛି । ଏପରିକି ପ୍ରାୟ ଦଶ ବର୍ଷ ହେବ ପ୍ରେମିକା ମିତା ସହିତ ଶ୍ରୀବତ୍ସ ଶାରୀରିକ ସମ୍ପର୍କ ରଖି ଆସୁଥିଲା ।

ତେବେ ପରିବାର ଲୋକେଙ୍କ କଥାରେ ମିତା ୨୦୨୧ ମସିହାରେ କଙ୍କଡାହାଡ଼ ଥାନା ଡଙ୍ଗାପାଳ ଗାଁରେ ବିବାହ କରିଥିଲେ । ବିବାହର ମାତ୍ର ୪ରୁ ୫ମାସ ପରେ ପ୍ରେମିକ ଶ୍ରୀବତ୍ସର କଥାରେ ପଡି ସ୍ୱାମୀଙ୍କୁ ଛାଡି ପଳେଇ ଯାଇଥିଲେ ମିତା । ପ୍ରଥମେ ଚେନ୍ନାଇ ଓ ପରେ ମହାରାଷ୍ଟ୍ରର ଏକ ଚକୋଲେଟ କମ୍ପାନିରେ କାମ କରିଥିଲେ ମିତା ଓ ଶ୍ରୀବତ୍ସ । ଏପରିକି ଉଭୟେ ଲିଭିଙ୍ଗ ଟୁଗେଦରରେ ସ୍ୱାମୀ ସ୍ତ୍ରୀ ଭାବେ ରହି ଆସୁଥିଲେ । ଏବଂ ମିତାକୁ ଓଡିଶା ଗଲେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଗତ ୧୦ ତାରିଖ ଦିନ ଉଭୟେ ମହାରାଷ୍ଟ୍ରରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଶ୍ରୀବତ୍ସ ଚକମା ଦେଇ ମିତାକୁ ଛାଡି କେଉଁ ଆଡେ ପଳେଇ ଯାଇଥିଲେ । ଯାହାକୁ ନେଇ ମିତା କଙ୍କଡାହାଡ଼ ଥାନାର ଦ୍ୱାରାସ୍ତ ହେବା ସହ ନ୍ୟାୟ ପାଇଁ ଶ୍ରୀବତ୍ସଙ୍କ ଘର ସାମ୍ନାରେ ଶଙ୍ଖା ସିନ୍ଦୁର ନେଇ ଧାରଣାରେ ବସିଛ

 

 

Leave A Reply

Your email address will not be published.