ତିହାର ଜେଲରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ତେଲ ମସାଜ ଭିଡିଓ ଭାଇରଲ, ଆପ୍‌କୁ ଟାର୍ଗେଟ କଲା ବିଜେପି

ଜେଲ୍ ଭିତରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ତେଲ ମସାଜ ଭିଡିଓ ହେଉଥିବା ଭିଡିଓ ଭାଇରଲ ହେବାରେ ଲାଗିଛି । ସିସି ଟିଭି ଭିଡିଓରେ ଜେଲ ଭିତରେ ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଜଣେ ବ୍ୟକ୍ତି ତେଲ ମାଲିସ କରୁଥିବା ନଜର ଆସିଛି। ଆପ୍‌ ମନ୍ତ୍ରୀଙ୍କୁ ତିହାର ଜେଲରେ ଭିଆଇପି ସୁବିଧା ଦିଆଯାଉଛି । ବିଳାସପୂର୍ଣ୍ଣ ଖଟରେ ଶୋଇ ବଡି ମସାଜ କରାଉଛନ୍ତି ଆପ୍ ମନ୍ତ୍ରୀ। ଯାହାର ଭିଡିଓ ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି। ଆଉ ବିଜେପି ଏହାକୁ ନେଇ ଆପ୍‌କୁ ଟାର୍ଗେଟ କରିଛି ।

ତିହାର ଜେଲରୁ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେହି ଭିଡିଓରେ ସତ୍ୟେନ୍ଦ୍ର ଜୈନ ଖଟ ଉପରେ ଶୋଇଥିବା ନଜର ଆସିଛନ୍ତି। ଆଉ ହାତରେ କିଛି କାଗଜପତ୍ର ଧରିଥିବା ନଜର ଆସିଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଗୋଡକୁ ତେଲ ଲଗାଇ ମସାଜ କରିଦେଉଛନ୍ତି। ସତ୍ୟେନ୍ଦ୍ର ଜୈନ୍ ଉକ୍ତ ବ୍ୟକ୍ତିଙ୍କ ଉପରେ ଗୋଡ ରଖି ମସାଜର ମଜା ନେଉଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜେଲରେ ଅନ୍ୟ କଏଦୀ ପିଉଥିବା ପାଣି ପିଉନାହାନ୍ତି। ସେ ମିନେରାଲ ଓ୍ଵାଟର ପିଉଥିବା ନଜର ଆସିଛନ୍ତି। ଆଉ ମନ୍ତ୍ରୀଙ୍କର ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ଜେଲ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି।

ଆଉ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଆପ୍‌କୁ ଟାର୍ଗେଟ କରିଛି ବିଜେପି । ଏହି ଭିଡିଓକୁ ନେଇ ବିଜେପି ଆପ୍‌ ଉପରେ ଜୋରଦାର ବର୍ଷିଛି। ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆପ୍ ସରକାର ଜେଲ୍ ନିୟମର ଉଲ୍ଲଙ୍ଘନ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଜେଲ୍ ଭିତରେ ସତ୍ୟେନ୍ଦ୍ର ଜୈନ୍କୁ ପୂରା ଭିଆଇପି ସୁବିଧା ଦିଆଯାଉଥିବା ସେ କହିଛନ୍ତି।

ଏହା ପୂର୍ବରୁ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ନିଜ ଅଭିଯୋଗ ଦାଖଲ କରିଥିଲା। ସତ୍ୟେନ୍ଦ୍ର ଜୈନଙ୍କୁ ତିହାର ଜେଲରେ ସ୍ପେଶାଲ ସୁବିଧା  ଦିଆଯାଉଥିବା ଇଡି ନିଜ ଅଭିଯୋଗରେ କହିଥିଲା। ସତ୍ୟେନ୍ଦ୍ର ଜୈନଙ୍କ ସହ ସମ୍ବନ୍ଧିତ ସମସ୍ତ ଡାଟା ଗୃହ ମନ୍ତ୍ରାଳୟକୁ ମଧ୍ୟ ପଠାଇଥିଲା ଇଡି।

Leave A Reply

Your email address will not be published.