ହାତୀପଲଙ୍କ ଉପଦ୍ରବ: ନଷ୍ଟ କଲେ ଏକର ଏକର ଫସଲ, ଚାଷ ଜମିରେ ରାତିସାରା ନିଆଁ ଧରି ବସିଲେ ଚାଷୀ

ରେଢ଼ାଖୋଲ (କେନ୍ୟୁଜ): ରେଢ଼ାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅଞ୍ଚଳରେ ୨୮ଟିକିଆ ହାତୀପଲଙ୍କ ଉପଦ୍ରବ ବଢ଼ିବାର ଲାଗିଛି। ଗତକାଲି ସନ୍ଧ୍ୟାରୁ ବଡବାହାଳ ରେଞ୍ଜର ମହୁଲମୁଣ୍ଡା ଚାଷ ଜମିକୁ ହାତୀ ପଲ ଆସି ଧାନକୁ ଦଳିଚଟକି ନଷ୍ଟ କରିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଷ ଜମିରେ ରହିଥିଲେ ଗ୍ରାମବାସୀ, ଚାଷୀ , ବନ କର୍ମଚାରୀ ।

ବାଣ ଫୁଟାଇ, ନିଆଁ ହୁଳା , ଟଚ୍ଚ ଲାଇଟ୍ ଦେଖାଇ ବା ସତ୍ତ୍ୱେ ବି ହାତୀ ପଲ ଜମି କ୍ଷେତ ଭିତରୁ ବାହାରକୁ ଯାଇନଥିଲେ । ହାତୀ ପଲ ବନବିଭାଗକୁ ନୟାନ୍ତ କରିସାରିଥିବା ବେଳେ ଚାଷୀମାନେ ରାତିସାରା ନିଜଫସଲ ପାଖରେ ନିଆଁ ଜାଳି ଜଗି ରହିଛନ୍ତି ଚାଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.