ଅଶ୍ଳୀଳ ଭାଷାରେ ଗାଳି କରିବାରୁ ଯୁବକକୁ କାବୁ କରି ନିର୍ଧୂମ ଛେଚିଲେ ଗ୍ରାମର ମହିଳା

ମୋହନା(କେନ୍ୟୁଜ୍‌) : ଗଜପତି ଜିଲ୍ଲା ଅଡବା ଥାନା ଅନର୍ଗତ ଖାରୀଗୁଡା ପଂଚାୟତ ଲମଡାଙ୍ଗ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ମହିଳାଙ୍କୁ ଅଭଦ୍ର ଭାଷାରେ ଗାଳି କରିବାରୁ ମହିଳାଙ୍କ ଠାରୁ ଉତ୍ତମ ମଧ୍ୟମ ଖାଇଛନ୍ତି ଜଣେ ଯୁବକ । ଗ୍ରାମର ଦୁଇ ଯୁବକଙ୍କ ମଧ୍ୟରେ ଆଗରୁ କୌଣସି କାରଣରୁ ଝଗଡା ହୋଇଥିଲା l ଏନେଇ ଅଡବା ଥାନାରେ ଅଭିଯୋଗ ବି ହୋଇଥିଲା ।

କିନ୍ତୁ ଉକ୍ତ ଘଟଣା ର କୌଣସି ସମାଧାନ ନହେବାରୁ ଆଜି ଲମଡାଙ୍ଗ ଗ୍ରାମରେ ସମାଧାନ କରିବା ପାଁଇ ଗ୍ରାମବାସୀଙ୍କ ମଧ୍ୟରେ ବୈଠକ ଡକାଯାଇଥିଲା l ତେବେ ଉକ୍ତ ସ୍ଥାନକୁ ଯାଇ ଆନ୍ଦ୍ରୀୟ ମାଝୀ ନାମକ ଜଣେ ଯୁବକ ଗାଳି ଗୁଲଜ କରିବା ସହିତ ଗ୍ରାମର ମହିଳାମାନଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲା l

ଏହି ଘଟଣାକୁ ନେଇ ମହିଳାମାନେ ରାଗିଯାଇ ଉକ୍ତ ଯୁବକକୁ କାବୁ କରିବା ସହ ନିର୍ଧୂମ ଛେଚିଥିଲେ l ଘଟଣାସ୍ଥଳରେ ଅଡବା ପୋଲିସ ପଂହଁଚି ବୁଝା ସୁଝା କରିବା ପାଁଇ ଚେଷ୍ଟା କରିବା ପରେ ମଧ୍ୟ ମହିଳାମାନେ ବୁଝିନଥିଲେ । ଓଲଟା ରାସ୍ତା ଅବରୋଧ କରିଥିଲେ l କିନ୍ତୁ ଅଡବା ପୋଲିସ କୌଶଳ କ୍ରମେ ଯୁବକକୁ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.