ଏହି ଗୋଟିଏ ଗଛ ଖୋଲି ଦେଇଥାଏ ଭାଗ୍ୟ, ହୋଇଥାଏ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦିଗରେ ଲଗାଇବେ

ବାସ୍ତୁ ଶାସ୍ତ୍ର ଘର ଏବଂ ଘରର ବସ୍ତୁକୁ ସଠିକ୍ ଦିଗରେ ରଖିବା ପାଇଁ ଦିଗ ଗଣନା କରିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଭିନ୍ନ ଭିନ୍ନ ଦିଗ ଅଲଗା ଅଲଗା ବସ୍ତୁ ଏବଂ କାର୍ଯ୍ଯ ପାଇଁ ବିଭିନ୍ନ ପ୍ରକାର ଫଳ ପ୍ରଦାନ କରିଥାଏ। ପ୍ରତ୍ଯେକ ଦିଗରୁ ଏକ ଶକ୍ତି ଆସିଥାଏ, ଯାହା ଘରର ନକ୍ସା ଏବଂ ଘରେ ଥିବା ଜିନିଷପତ୍ର ଦ୍ବାରା ପ୍ରଭାବିତ ହୋଇଥାଏ। କୁହାଯାଇଥାଏ ବାସ୍ତୁ କାରଣରୁ ଘରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପଡିଥାଏ। ବିଶେଷ ରୂପେ ଘରୁ ନକାରାତ୍ମକ ଶକ୍ତି ବାହାର କରିବା ଅତ୍ଯନ୍ତ ଆବଶ୍ଯକ। ନଚେତ୍ ଘରର ସମସ୍ତ ଲୋକ ପ୍ରତିକୂଳ ରୂପେ ଏହାଦ୍ବାର ପ୍ରଭାବିତ ହୋଇଥାନ୍ତି।

ବାସ୍ତୁଶାସ୍ତ୍ରରେ ଏମିତି ଏକ ଗଛ ସମ୍ପର୍କରେ କୁହାଯାଇଛି,ଯାହାର ପ୍ରଭାବରେ ବିଗିଡ଼ିଯାଇଥିବା କାମ ସଫଳ ହୋଇଥାଏ । ଏହାକୁ ଘରେ ଲଗାଇବା ଦ୍ୱାରା ଘରେ କେବେ ଧନର ଅଭାବ ହୋଇନଥାଏ । ଆସନ୍ତୁ ଜାଣିବା ଏହି ଗଛ ସମ୍ପର୍କରେ ।

ମୟୁରଶିଖା ଗଛର ଲାଭ :

ଦୂର କରେ ଧନର ସମସ୍ୟା

ମୟୁରଶିଖା ଗଛର ଫୁଲ ଠିକ ମୟୁରର ମୁକୁଟ ଭଳି ଦେଖାଯାଇଥାଏ । ବାଇଗଣୀ ରଂଗର ଏହି ଫୁଲ ବହୁତ ନରମ ବା ମଖମଲି ଭଳି ହୋଇଥାଏ । ଇଂରାଜୀରେ ଏହି ଗଛକୁ ପିକକ୍‌ ଟେଲ ବୋଲି ମଧ୍ୟ କୁହାଯାଇଥାଏ । ମାନ୍ୟତା ଯେ ଏହି ଗଛକୁ ଘରେ ଲଗାଇବା ଦ୍ୱାରା କେବେ ବି ଦରିଦ୍ରତା ଆସି ନଥାଏ । ଧନ ସମ୍ବନ୍ଧୀୟ ସମସ୍ୟାର ଅନ୍ତ ହୋଇଯାଇଥାଏ ।

ସକରାତ୍ମକ ଶକ୍ତି

ବାସ୍ତୁ ଅନୁସାରେ ଏହି ଗଛ ଘରର ବାସ୍ତୁ ଦୋଷ ଦୂର କରିବାରେ ବହୁତ ଲାଭକାରୀ ମନାଯାଇଥାଏ । ଏହି ଗଛ ଘରେ ରହିବା ଦ୍ୱାରା ଘରର ସୁଖ ସମୃଦ୍ଧି ବଢ଼ିବା ସହ ନକରାତ୍ମକ ଶକ୍ତିର ନାଶ ହୋଇଥାଏ । ଘରେ ସକରାତ୍ମକ ଶକ୍ତିର ସଂଚାର ହୋଇଥାଏ ।

ପିତୃ ଦୋଷ

କୁଣ୍ଡଳୀରେ ପିତୃଦୋଷ ଥିଲେ ଏହାକୁ ଘରର ଉତ୍ତର ଦିଗରେ ଲଗାଇବା ଶୁଭ ହୋଇଥାଏ । ମାନ୍ୟତା ରହିଛି ଯେ ଏହାଦ୍ୱାରା ପିତୃଦୋଷ ପ୍ରଭାବ କମ ହୋଇଥାଏ । ପରିବାରରେ ଖୁସୀ ଆସିଥାଏ ଓ ମାନସିକ ଦୁଶ୍ଚିନ୍ତାର ନାଶ ହୋଇଥାଏ ।

ଖରାପ ଶକ୍ତି

ବାସ୍ତୁ ଅନୁସାରେ ମୟୁରଶିଖା ଗଛ ଘରର ପ୍ରବେଶ ଦ୍ୱାରରେ ଲଗାଇବା ଦ୍ୱାରା ଖରାପ ଶକ୍ତି ଘରେ ପ୍ରବେଶ କରିନଥାଏ । ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।

ଔଷଧିୟ ଗୁଣରେ ପରିପୂର୍ଣ୍ଣ

ଆୟୁର୍ବେଦରେ ଏହି ଗଛକୁ ବ୍ୟବହାର କରାଯାଇଥାଏ । ଏହା ଥଣ୍ଡା, ଅମ୍ଳ, ଲଘୁ,କଫ,ପିତନାଶକ,କଷଯୁକ୍ତ ହୋଇଥିବାରୁ ଡାଏବେଟିସ ଭଳି ରୋଗ ପାଇଁ ଉପକାରୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.