Below header

ମହିଳାମାନେ ସ୍ୱାବଲମ୍ବୀ ହେବା ସହ ପରିବାରକୁ ଆର୍ଥିକ ‌ସ୍ତରରେ କରିପାରୁଛନ୍ତି ମଜବୁତ୍‌, ଯାହାର ଉଦାହରଣ ଏମାନେ

ଚାନ୍ଦବାଲି/ସାଲେପୁର:  ଭଦ୍ରକ ଜିଲ୍ଲା କାଣ୍ଡଗରଡି ଆମ୍ବ୍ରୋପଲି ଉପ୍ତାଦକ ସ୍ୱୟଂ ସହାୟିକା ଗୋଷ୍ଠୀ । ପାଖାପାଖି ୩୦ ଜଣ ସ୍ୱୟଂ ସହାୟିକା ଗୋଷ୍ଟୀର ମହିଳାମାନେ ଭାଗ ଭାଗ ହୋଇ ଏଠାରେ ତିଆରି କରୁଛନ୍ତି ଅଙ୍ଗନବାଡି ପିଲାଙ୍କ ଡ୍ରେସ । ଏହି ଡ୍ରେସ ଅଙ୍ଗନବାଡି କେନ୍ଦ୍ରରେ ଦେଇ ଯାହା ଅର୍ଥ ଉପାର୍ଜନ କରୁଛନ୍ତି ମହିଳାମାନେ ନିଜେ ସ୍ୱାଲଲମ୍ବୀ ହେବା ସହ ନିଜର ପରିବାର ଚଳାଇପାରୁଛନ୍ତି ।

ଗାଁ ଗାଁରେ ମହିଳାମାନେ କିପରି ସ୍ୱାବଲମ୍ବୀ ହେବେ, ସେଥିପାଇଁ ସରକାର ଓଡିଶା ଜୀବିକା ମିଶନ ଶକ୍ତି ମାଧ୍ଯମରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଲୋନ ଆକାରରେ ଟଙ୍କା ପ୍ରଦାନ କରୁଛନ୍ତି । ଯାହାର ସୁଫଳ ଦେଖିବାକୁ ମିଳିଛି ଏହି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କାଣ୍ଡଗରଡି ପଂଚାୟତରେ । ମହିଳାମାନେ ଅଙ୍ଗନବାଡି ଡ୍ରେସ ତିଆରି କରି ହୋଇପାରିଛନ୍ତି ସ୍ୱାବଲମ୍ବୀ।

ଦୀର୍ଘ ୩ବର୍ଷ ହେଲା ଏହି ଗ୍ରୁପ ଏପରି କାଯ୍ଯ କରିଆସୁଅଛି । ମହିଳା ମହାସଂଘରୁ ଲୋନ ଆକାରରେ ଟଙ୍କା ଆଣି ୧୦ଗୋଟି ପଂଚାୟତରେ ଥିବା ଅଙ୍ଗନବାଡି କେନ୍ଦ୍ରର ପିଲାଙ୍କ ପାଇଁ ତିଆରି କରୁଛନ୍ତି ଡ୍ରେସ । ଘର କାମ ସାରିବା ପରେ ଅବଶିଷ୍ଟ ସମୟରେ ମହିଳାମାନେ ଏହି କେନ୍ଦ୍ରକୁ ଆସି ଡ୍ରେସ ସିଲେଇ ଠାରୁ ଆରମ୍ଭ କରି ଆଇରନ ଦେବା କାମ ସବୁ କିଛି କରିଥାନ୍ତି । ଏହି କାମ କରି ସେମାନେ କିଛି ଅର୍ଥ ମଧ୍ଯ ରୋଜଗାର କରିପାରୁଛନ୍ତି । ତେଣୁ ମହିଳାମାନେ ବେଶ ଖୁସି ଥିବା କହିଛନ୍ତି । କାମ କରି ଅର୍ଥ ଉପାର୍ଜନ କରି ନିଜ ପରିବାର ଚଳାଇ ପାରୁଛନ୍ତି ତାଠାରୁ ବଡ କଥା କଣ । ସରକାର ଏହି ଗ୍ରୁପକୁ ଖାଲି ସ୍କୁଲ ଡ୍ରେସ କାହିଁକି ଶୀତ ବସ୍ତ୍ର ମଧ୍ଯ ତିଆରି କରିବାକୁ ଅନୁମତି ଦେବାକୁ ଏହି ସଂଘର ମହିଳା ମାନେ ଦାବି କରିଛନ୍ତି ।

ସେହପରି କଟକ ଜିଲ୍ଲା ସାଲେପୁର ବ୍ଲକ ବହାଦୁଲାପଟଣାର ଇଏ ହେଉଛି କବିର ପିଜି ସ୍ବୟଂ ସହାୟକ ଗୋଷ୍ଠୀ। ଏଠାରେ ବିଭିନ୍ନ ପ୍ରକାରର ଆୟୁର୍ବେଦ ଔଷଧ ତିଅଆରି କରାଯାଏ । ଦିନସାରା ମହିଳାମାନେ ସେମାନଙ୍କ ଘରକାମ କରନ୍ତି । ଆଉ ସଦ୍ଧ୍ଯା ହେଲେ ଏଇଠାକୁ ଚାଲି ଆସନ୍ତି। ଆଉ ତାପରେ ଚାଲେ ଔଷଧ ତିଆରି କାମ। ବିଭିନ୍ନ ପ୍ରକାର ତୈଳ ଓ ଜାଡ଼ିବୁଟିରେ ପ୍ରସ୍ତୁତ ହୁଏ ବିଭିନ୍ନ ପ୍ରକାରର ଆୟୁର୍ବେଦ ଔଷଧ। ଗୋଷ୍ଠୀର ବରିଷ୍ଠ ସଦସ୍ଯା ଲୁବନା ଜଫରିନ ଜଣେ ପ୍ରଶିକ୍ଷିତା ବୈଦ୍ୟ। ତାଙ୍କରି ପ୍ରତ୍ୟେକ୍ଷ ତତ୍ବାବଧାନରେ ହିଁ ହୁଏ ଏ ସବୁ କାମ। ରାମବାଣ ଚୁର୍ଣ, ନିମତେଲ, ପିଡାନାଶକ ତେଲ ଓ ମରା ନଡିଆ ତେଲ ଆଦି ଔଷଧ ଏଠାରେ ପ୍ରସ୍ତୁତ ହୁଏ।

medicine

ପ୍ରଥମେ ଏହି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ଯ ମାନେ ଔଷଧ ତିଆରି କରି ବେଶି ଲାଭବାନ ହୋଇ ପାରୁନଥିଲେ। ପରେ ପରେ କିନ୍ତୁ ସରକାରଙ୍କ ଦ୍ଵାରା ଆୟୋଜିତ ବିଭିନ୍ନ ମେଳାକୁ ସେମାନଙ୍କର ସାମଗ୍ରୀ ନେଇ ବିକ୍ରୟ କରାଗଲା। ଏବେ ଅନଲାଇନ ମାଧ୍ୟମରେ ମଧ୍ୟ ସେମାନେ ବହୁ ରାଜ୍ଯକୁ ସେମାନଙ୍କର ଔଷଧ ପଠେଇ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ସେମାନଙ୍କର ଏଭଳି କାର୍ଯ୍ଯକୁ ଏବେ ମୁଖ୍ଯମନ୍ତ୍ରୀ ନବୀନ ପଟନାୟକ ମଧ୍ୟ ଟ୍ବିଟ୍ ମାଧ୍ୟମରେ ପ୍ରଶଂସା କରିଛନ୍ତି। ତେବେ ନିଜର ବଳକା ସମୟ ବ୍ଯବହାର କରି ନିଜେ ସ୍ୱବଲମ୍ବୀ ହେବା ସହ ଅନ୍ଯମାନଙ୍କୁ ଔଷଧ ମାଧ୍ୟମରେ ଉପଶମ ଯୋଗାଇ ରୋଜଗାରକ୍ଷମ ହୋଇଥିବା ଏହି ମହିଳାମାନେ ଏବେ ଅନ୍ଯମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ପରିବାରକୁ ଆର୍ଥିକ ‌ସ୍ତରରେ ମଜବୁତ୍‌ ମଧ୍ୟ କରିପାରିବେ, ଯାହାକୁ ସଠିକ ‌ପ୍ରମାଣିତ କରାଇପାରିଛନ୍ତି ଏହି ମହିଳାମାନେ। ଯାହା ଅନ୍ୟ ଇଚ୍ଛୁକ ମହିଳା ମାନଙ୍କୁ ବେଶ୍ ପ୍ରେରଣା ଯୋଗାଇବ ନିହାତୀ ।

ଚାନ୍ଦବାଲିରୁ ଦେବାଶୀଷ ପାଢୀ ଓ ସାଲେପୁରରୁ ଶୁଭାଶିଷ ବସନ୍ତରାୟଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.