୧୬ନଂ ଜାତୀୟ ରାଜପଥ ଜାରକା ଛକରେ ଦୁର୍ଘଟଣା, ଜ୍ୱାଇଁଙ୍କ ସମ୍ମୁଖରେ ଚାଲିଗଲା ଶାଶୁଙ୍କ ଜୀବନ

ଯାଜପୁର(କେନ୍ୟୁଜ): ୧୬ନଂ ଜାତୀୟ ରାଜପଥ ଜାରକା ଛକ ନିକଟରେ ଦୁର୍ଘଟଣା। ଟ୍ରକ ଚାପାରେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ହେଲେ କେନ୍ଦ୍ରାପଡା ଅଞ୍ଚଳର ବନିତା ରାଉତ। ନିଜ ଜ୍ୱାଇଁ ପ୍ରଶାନ୍ତ ସାହୁଙ୍କ ସହ ମହିଳା ଜଣକ ସ୍କୁଟି ଯୋଗେ ଯାଜପୁରରୋଡ଼ ଧବଳଗିରି ଅଞ୍ଚଳକୁ ଯିବା ସମୟରେ ଜାରକା ଛକ ନିକଟରେ ସ୍କୁଟିରୁ ଖସି ପଡ଼ିଥିଲେ।
ଏହି ସମୟରେ ପଛ ପଟୁ ଆସିଥିବା ଏକ ଟ୍ରକ ମହିଳାଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଏଥିସହ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।