ଶାଶୁଘର ବାହାର ଗେଟ୍‌ ନିକଟରୁ ମୁମୂର୍ଷୁ ଅବସ୍ଥାରେ ମହିଳା ଉଦ୍ଧାର

ଗଞ୍ଜାମ(କେନ୍ଯୁଜ୍) : ରାସ୍ତାରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲେ ମହିଳା। ଶାଶୁଘର ବାହାର ଗେଟ୍‌ ନିକଟରୁ ତାଙ୍କୁ ଉଦ୍ଧାର କରାଯାଇଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳାକାଟୁ ଥାନା ବେଲଗାଁରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

mahila2ଆଜି ସକାଳେ ମହିଳା ଜଣକ ଘର ବାହାରେ ପଡିଥିବା ଦେଖି ସ୍ଥାନୀୟଲୋକେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ। ମହିଳା ଜଣକ ୨୦୧୩ରେ ବିବାହ କରିଥିଲେ। ତାଙ୍କ ସ୍ୱାମୀ ମୁମ୍ବାଇରେ ରୁହନ୍ତି। ତେବେ ବାହାଘର ପରଠାରୁ ଯୌତୁକ ଦାବି କରି ତାଙ୍କୁ ବାରମ୍ବାର ନିର୍ଯାତନା ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ୨୦୧୪ରୁ କୋର୍ଟରେ ମାମଲା ଚାଲିଛି। ନିର୍ଯାତନା ନେଇ ହିଞ୍ଜିଳିକାଟୁ ଥାନାରେ ଏତଲା ଦିଆଯିବା ପରେ ତଦନ୍ତ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.