ନବୀନଙ୍କ ବାଟରେ ଚାଲିଲା ଦେଶ, ଆଜି ପାର୍ଲାମେଣ୍ଟରେ ଆଗତ ହେବ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ

୫ ବର୍ଷ ତଳେ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେଇଥିଲେ ତାହାକୁ ନେଇ ଆଜି ସାରା ଦେଶରେ ଚର୍ଚ୍ଚା।

ଭୁବନେଶ୍ବର (କେନ୍ୟୁଜ): ସାରା ଦେଶକୁ ବାଟ ଦେଖାଉଛି ଓଡ଼ିଶା । ୫ ବର୍ଷ ତଳେ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେଇଥିଲେ ତାହାକୁ ନେଇ ଆଜି ସାରା ଦେଶରେ ଚର୍ଚ୍ଚା। ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ଆସିବ ମହିଳା ସଂରକ୍ଷଣ ବିଲ୍। ଯଦି ଏହା ଗୃହୀତ ହୁଏ ତେବେ ଏହା ନିଶ୍ଚିତ ଭାବେ ସଂସଦ ପାଇଁ ଐତିହାସିକ ଦିନ ହେବ। ୫ ବର୍ଷ ତଳେ ଏହି ବିଲ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ପ୍ରୟାସ କରିଥିଲେ। ୨୦୧୮ ମସିହା ନଭେମ୍ବର ୨୦ରେ ଓଡ଼ିଶା ବିଧାନସଭା ଏକ ଐତିହାସିକ ପ୍ରସ୍ତାବ ପାରିତ କରିଥିଲା। ରାଜ୍ୟ ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବାକୁ ଓଡ଼ିଶା ସାରା ଦେଶରେ ଆଗରେ ଦାବି ରଖିଥିଲା। ବିଲ୍ ପାରିତ କରିବା ପାଇଁ ୨୦୧୮ ମସିହା ଡିସେମ୍ବରରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଏକ ଚିଠି ଲେଖିଥିଲେ । ଏହାସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ବିଜେଡି ନେତା ମାନେ ଭେଟି ଏହି ବିଲ୍ ଆଣିବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଥିଲା। ସେପଟେ କେବଳ କଥାରେ ନୁହଁ କାମ ରେ ଦେଖାଇଥିଲେ ନବୀନ। ୨୦୧୯ ଲୋକସଭା ନିର୍ବାଚନ ବେଳେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରି ସାରା ଦେଶରେ ନୂଆ ବିତର୍କ ସୃଷ୍ଟି କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହି ପ୍ରସ୍ତାବକୁ ଏବେ ୫ ବର୍ଷ ପୂରିବାକୁ ଯାଉଛି । ୫ ବର୍ଷ ପୂର୍ତ୍ତି ବେଳକୁ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ଆଣିବେ।

 

Leave A Reply

Your email address will not be published.