Below header

ଭାଷା ସମ୍ମିଳନୀକୁ ନେଇ ବଢୁଛି ଲୋକଙ୍କ ଆଗ୍ରହ, ପ୍ରଦର୍ଶନୀକୁ ଆଉ ୩ ଦିନ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଆଉ ତିନି ଦିନ ପାଇଁ ଖୋଲିଛି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଭୁବନେଶ୍ୱର ଜନତା ମଇଦାନରେ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଏହି ଅବସରରେ ଆୟୋଜିତ ମ୍ୟୁଜିଅମ ସମସ୍ତଙ୍କ ମନକୁ ଛୁଇଁଛି। ତେଣୁ ସମସ୍ତଙ୍କ ଅନୁରୋଧରେ ଏହାର ସମୟ ସୀମାକୁ ଆଉ ୩ ଦିନ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର (କେନ୍ୟୁଜ): ଆଉ ତିନି ଦିନ ପାଇଁ ଖୋଲିଛି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଭୁବନେଶ୍ୱର ଜନତା ମଇଦାନରେ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଏହି ଅବସରରେ ଆୟୋଜିତ ମ୍ୟୁଜିଅମ ସମସ୍ତଙ୍କ ମନକୁ ଛୁଇଁଛି। ତେଣୁ ସମସ୍ତଙ୍କ ଅନୁରୋଧରେ ଏହାର ସମୟ ସୀମାକୁ ଆଉ ୩ ଦିନ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ଜନତା ମଇଦାନରେ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଫେବୃଆରୀ ୮ ତାରିଖରେ ଉଦଯାପିତ ହେବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଭାଷା ଯୁବ ପିଢ଼ିର ଭାଷା ହେବ। ଭାଷାର ଗୌରବକୁ ଅନୁଭବ କଲେ ଓଡ଼ିଆ ଭାଷା ନିଶ୍ଚୟ ଆଗକୁ ବଢିବ। ଯୁଗ ଯୁଗ ଧରି ଓଡ଼ିଆ ଭାଷା ଆମର ପରିଚୟକୁ ଆଗକୁ ନେଇଛି। ଏଥିସହ ପ୍ରତି ୫ ବର୍ଷରେ ଏହି ସମ୍ମିଳନୀ ଆୟୋଜନ ହେବ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଗତକାଲି ଉଦଯାପନୀ ଦିବସ ଥିଲା । ତେବେ ଏହାର ଲୋକପ୍ରିୟତା, ଆଦୃତ ଓ ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ୩ ଦିନ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.