ଭୟଙ୍କର ବର୍ଷାରେ ବେହାଲ ସାରା ଭୁବନେଶ୍ୱର : ରାଜରାସ୍ତାରେ ଲହଡି ମାରୁଛି ପାଣି

ଭୁବନେଶ୍ୱର : ଭୟଙ୍କର ବର୍ଷା ,ଥମିବାର ନାଁ ନେଉନି। ବର୍ଷାରେ ବେହାଲ ସାରା ଭୁବନେଶ୍ୱର ପୂରା ରାଜଧାନୀ ଜଳାର୍ଣ୍ଣବ ହୋଇଛି। ରାଜରାସ୍ତାରେ ଲହଡି ମାରୁଛି ପାଣି। ବିଭିନ୍ନ ତଳି ଅଞ୍ଚଳରେ ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାସ୍ତାରେ ଯାନବାହନ ଯିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ଜଳମଗ୍ନ ହୋଇଛି ତଳିଆ ଅଞ୍ଚଳ।

rain

ଗତକାଲି ରାତିରୁ ମୂଷଳ ଧାରାରେ ବର୍ଷା ଲାଗି ରହିଛି। ରବି ଟକିଜ ନିକଟ ଗୌରୀ ନଗରରେ ପାଣି ପଶି ଯିବାରୁ ମୋଟର ଲଗାଇ ପାଣି କଢ଼ା ଯାଉଛି । ସହିଦ ନଗରରୁ ଆରମ୍ଭ କରି ନୟାପଲ୍ଲୀ ବେହେରା ସାହି, ଇସ୍କନ ମନ୍ଦିର ସାମ୍ନା, ଜୟଦେବ ବିହାର, ଆଚାର୍ୟ୍ୟ ବିହାର, ଡମଣା, ବରମୁଣ୍ଡା, ଫାୟାର ଷ୍ଟେସନ, ପାୱାର ହାଉସ ଛକ, ୟୁନିଟ-୮ ଅଞ୍ଚଳରେ ରାସ୍ତା ଉପରେ ପାଣିର ସୁଅ ଛଟୁଛି । ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ମୂଷଳ ଧାରାରେ ବର୍ଷା ଜାରି ରହିଛି । ତା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ମାରୁଛି । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବିଜୁଳି ବି କଟି ଯାଇଛି । ଛୋଟ ଛୋଟ ପିଲାମାନେ ସକାଳୁ ସକାଳୁ ସ୍କୁଲ ଯିବା ପାଇଁ ହଇରାଣ ହେଉଛନ୍ତି। କାର୍, ସ୍କୁଟର, ବାଇକ ଆଦି ପାଣିରେ ଅଧା ବୁଡ଼ି ଯାଇଛି ।

You might also like