ପ୍ରଭାତ ହାତରେ ବ୍ରାଉନ୍‌ ସୁଗାର ଓ ବନ୍ଧୁକ, ଜଗତସିଂହପୁର ଅବକାରୀ ବିଭାଗ ଧରିଲା ୩୦ ଲକ୍ଷ ଟଙ୍କାର ଧଳା ଜହର

ଜଗତସିଂହପୁର : ଅବକାରୀ ବିଭାଗକୁ ସଫଳତା। ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ସହ ଜଣେ ଗିରଫ। ଅଭିଯୁକ୍ତ ନିକଟରୁ ବାଇକ୍‌ ଓ ବନ୍ଧୁକ ଜବତ କରାଯାଇଛି। ଜଗତସିଂହପୁର ଜିଲ୍ଲା ଅବକାରୀ ବିଭାଗ ଓ ଜଗତସିଂହପୁର ପୋଲିସ ମିଳିତ ଭାବେ ଚଢାଉ କରିଥିଲା।

ବ୍ରାଉନ ସୁଗର ଚୋରା ଚାଲାଣ ନେଇ ତରତଙ୍ଗ ଗାଁକେ ଚଢାଉ କରାଯାଇଥିଲା। ୩୦୦ଗ୍ରାମର ବ୍ରାଉନ ସୁଗାର ଜବତ ସହ ପ୍ରଭାତ ରଞ୍ଜନ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୩୦ଲକ୍ଷ ଟଙ୍କା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.