ଆସୁଛି ପ୍ରଭାସଙ୍କର ମେଗା ବଜେଟ ଫିଲ୍ମ ଆଦିପୁରୁଷ, ପ୍ରେକ୍ଷାଳୟରେ ଏହିଦିନ ହେବ ରିଲିଜ

ଆଜିକାଲି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’ ଚର୍ଚ୍ଚାରେ ରହିଛି । ଏବେ ଫିଲ୍ମର ରିଲିଜ୍ ତାରିଖ ବି ଘୋଷଣା କରିଦିଆଯାଇଛି । ପ୍ରଭାସଙ୍କ ଏହି ମେଗା ବଜେଟ୍ ଚଳଚ୍ଚିତ୍ର 2022 ମସିହାରେ ମୁକ୍ତିଲାଭ କରିବ ଏନେଇ ପ୍ରଭାସ ନିଜେ ସୂଚନା ଦେଇଛନ୍ତି ।

ଫିଲ୍ମ ଟାଇଟଲର ପୋଷ୍ଟର ଇନଷ୍ଟାଗ୍ରାମରେ ସେୟାର କରିବା ସହ କ୍ୟାପସନ ଦେଇଛନ୍ତି ପ୍ରଭାସ । ‘ଆଦିପୁରୁଷ’ ପ୍ରେକ୍ଷାଳୟରେ 11.08.2022ରେ ମୁକ୍ତିଲାଭ କରିବ । ତେବେ ଏହି ଚଳଚ୍ଚିତ୍ରରେ ବାହୁବଳୀ ଅଭିନେତା ପ୍ରଭାସ ମୁଖ୍ୟ ଭୂମିକା ‘ଆଦିପୁରୁଷ’   ଭୂମିକାରେ ଅଭିନୟ କରିବେ । ଏହି ଚଳଚ୍ଚିତ୍ରଟି ରାମାୟଣର କାହାଣୀ ଦ୍ୱାରା ଅନୁପ୍ରାଣିତ । ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନ ଲଙ୍କେଶ ଚରିତ୍ରରେ ଅଭିନୟ କରୁଥିବା ଦେଖିବାକୁ ମିଳିବେ ।

 

 

View this post on Instagram

 

A post shared by Prabhas (@actorprabhas)


‘ଆଦିପୁରୁଷ’ ଏକ ମେଗା ବଜେଟ୍ ଚଳଚ୍ଚିତ୍ର । ଓମ ରାଉତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି । ଏହି ଫିଲ୍ମକୁ ଟି-ସିରିଜର ଭୂଷଣ କୁମାର ପ୍ରସ୍ତୁତ କରୁଛନ୍ତି । ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ସମେତ ଅନ୍ୟ 5 ଟି ଭାଷାରେ ମୁକ୍ତିଲାଭ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.