ରାୟଗଡ଼ା ଡାକୁଲୁଗୁଡ଼ା ଛକ ନିକଟରୁ ଦୁଇଟି କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

ରାୟଗଡ଼ା: ଦୁଇଟି କାରରୁ ଏକ କୁଇଣ୍ଟାଲ ୪୦ କିଲୋ ଗଞ୍ଜେଇ ଜବତ । ବିଷମକଟକ ଏସ୍‌ଡିପିଓ ନେତୃତ୍ୱରେ ଏକ ଟିମ୍‌ ଡାକୁଲୁଗୁଡ଼ା ଛକ ନିକଟରୁ ଦୁଇଟି ଗଞ୍ଜେଇ ବୋଝେଇ କାରକୁ ଜବତ କରିଛି।

ଯାଞ୍ଚ ବେଳେ ଦୁଇଟି କାରରୁ ଏକ କୁଇଣ୍ଟାଲ ୪୦କିଲୋ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ। ଏହି ଗଞ୍ଜେଇ କେଉଁଠାରୁ ଆସୁଥିଲା ଓ କେଉଁଠିକୁ ଯାଉଥିଲା ସେ ନେଇ ଅଧିକ ଖୋଳତାଡ କରୁଛନ୍ତି ବିଷମ କଟକ ଏସଡିପିଓ। ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣକୁ ଧରିବାରେ ସକ୍ଷମ ହୋଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.