କାଳବୈଶାଖୀ ବର୍ଷା ଆଣିଛି ତାତିରୁ ଆଶ୍ବସ୍ତି, ଆଗାମୀ ୨ଦିନ ଯାଏ ପାଗରେ ହେବନି ବିଶେଷ ପରିବର୍ତ୍ତନ

କାଳବୈଶାଖୀ ବର୍ଷା ଆଣିଛି ତାତିରୁ ଆଶ୍ବସ୍ତି। ଗତକାଲି ଠାରୁ ରାଜ୍ୟରେ ବିକ୍ଷିପ୍ତ ବର୍ଷା ପ୍ରଭାବରେ କମିଛି ତାପମାତ୍ରା। ରାଜ୍ୟର କିଛି ଅଞ୍ଚଳରେ ବଜ୍ରପାତ, କୁଆପଥର ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ତାତି କମାଇଛି । ଆଗାମୀ ୨ଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ଭୁବନେଶ୍ୱର (କେନ୍ୟୁଜ): କାଳବୈଶାଖୀ ବର୍ଷା ଆଣିଛି ତାତିରୁ ଆଶ୍ବସ୍ତି । ଗତକାଲି ଠାରୁ ରାଜ୍ୟରେ ବିକ୍ଷିପ୍ତ ବର୍ଷା ପ୍ରଭାବରେ କମିଛି ତାପମାତ୍ରା । ରାଜ୍ୟର କିଛି ଅଞ୍ଚଳରେ ବଜ୍ରପାତ, କୁଆପଥର ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ତାତି କମାଇଛି ।  ଆଗାମୀ ୨ଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଓଡ଼ିଶା ଉପରେ ଏକ ଟ୍ରପ ଲାଇନର ପ୍ରଭାବ ରହିଛି । ଆଭ୍ଯନ୍ତରୀଣ ଓଡ଼ିଶାରୁ ଉତ୍ତର ତାମିଲନାଡୁ ପର୍ଯ୍ୟନ୍ତ ବ୍ୟାପୀଥିବା ଏହି ଟ୍ରପ ଲାଇନ ବର୍ତ୍ତମାନ ଉପକୂଳ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ତାମିଲନାଡୁ ଉପରେ ଅବସ୍ଥିତ ରହିଛି ।

ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ବିଜୁଳି ଘଡ଼ଘଡ଼ି ଓ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ୧୪ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ।  ବିଜୁଳି ଘଡ଼ଘଡ଼ି ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୧୧ ତାରିଖ ଠାରୁ ପୁଣି ବଢିବ ତାତି । ୨୪ ଘଣ୍ଟା ପରେ ରାଜ୍ୟରେ ତାପମାତ୍ରା ଧୀରେ ଧୀରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲୋକଙ୍କୁ ଆଶ୍ବସ୍ତି ଆଣି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.