ବର୍ଷା କମେଇଛି ଜଙ୍ଗଲ ନିଆଁ, ତଥାପି ୮ ହଜାର ପଏଣ୍ଟରେ ଜଳୁଛି ଜଙ୍ଗଲ
ବର୍ଷା କମାଇଛି ଜଙ୍ଗଲ ନିଆଁ । ଏଯାବତ ୮ ହଜାର ପଏଣ୍ଟରେ ଜଙ୍ଗଲ ନିଆଁ ଲାଗିଛି । ସେଥିରୁ ୯୯.୫ ପ୍ରତିଶତ ନିଆଁ ଲିଭା ସରିଛି । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ବାଳ ।

ଭୁବନେଶ୍ୱର (କେନ୍ୟୁଜ): ବର୍ଷା କମାଇଛି ଜଙ୍ଗଲ ନିଆଁ । ଏଯାବତ ୮ ହଜାର ପଏଣ୍ଟରେ ଜଙ୍ଗଲ ନିଆଁ ଲାଗିଛି । ସେଥିରୁ ୯୯.୫ ପ୍ରତିଶତ ନିଆଁ ଲିଭା ସରିଛି । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ବାଳ । ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବା ସହ ଜଙ୍ଗଲ ନିଆଁ ଦିନକୁ ଦିନ ବଢ଼ିବାରେ ଲାଗିଛି । କୋରାପୁଟ, ଭାବନୀପାଟଣା ଓ ବ୍ରହ୍ମପୁର ସର୍କଲ ଅଧୀନରେ ୨୫୬ଟି ସ୍ଥାନରେ ବନାଗ୍ନି ଚିହ୍ନଟ କରାଯାଇଛି । ମାଲକାନଗିରି ଓ କୋରାପୁଟ ଜିଲ୍ଲାର ୧୫୦ରୁ ଅଧିକ ସ୍ଥାନରେ ବନାଗ୍ନି ସୃଷ୍ଟି ହେବା ଚିନ୍ତାର କାରଣ ପାଲଟିଛି । ଦୁଇ ମାସ ହେଲା ଏହି ଅଞ୍ଚଳରେ ବନାଗ୍ନିକୁ ଯେତେ ନିୟନ୍ତ୍ରଣ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବାରମ୍ବାର ଜଙ୍ଗଲ ଜଳୁଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଜିଲ୍ଲାରେ ଥିବା ପ୍ରମୁଖ ଜଙ୍ଗଲରେ ନିଆଁ ଲାଗିଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।
ଗତବର୍ଷ ଏହି ସମୟରେ ୨୭ ହଜାର ପଏଣ୍ଟରେ ନିଆଁ ଲାଗିଥିଲା । ମାଲକାନଗିରି ଅଞ୍ଚଳରେ ପୋଡୁ ଚାଷ ପାଇଁ ଅଧିକ ନିଆଁ ଲାଗୁଛି । ନିଆଁ ଲିଭାଇବା ପାଇଁ ୩୬୭ ସ୍କ୍ବାର୍ଡ ନିୟୋଜିତ ହୋଇଛନ୍ତି । ୨ ହଜାର ୩୬୫ ସେଫଟି କୀଟ ସହ ୪ ହଜାର ୭୯୦ ଫାୟାର ଗ୍ଲୋଭର ଦିଆଯାଇଛି । ଜଙ୍ଗଲରେ ଫାୟାର ଲାଇନ ଚିହ୍ନଟ କରିବା ସହ ଜନ ସଚେତନ କରାଯାଉଛି । ଅଧିକ ନିଆଁ ବ୍ୟାପିଲେ ଓଡ୍ରାଫ ଟିମ ସହାୟତା ନିଆଯିବ ବୋଲି ପିସିସିଏଫ କହିଛନ୍ତି ।