Below header

କିଟ୍‌ ଓ କିସ୍‌ରେ ପାଳିତ ହେଲା ଯୋଗ ଦିବସ, ଚଳିତ ବର୍ଷର ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ୍‌’

କିଟ୍‌ ଓ କିସ୍‌ ପକ୍ଷରୁ ସକାଳ ୬ଟା ସମୟରେ କିସ୍‌ ବିଶ୍ୱବିଦ୍ୟାଳୟ ଓ କିଟ୍‌ ବିଶ୍ୱବିଦ୍ୟାଳୟରେ ମିଳିତ ଭାବେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ସହ ଯୋଗାଭ୍ୟାସ କରାଯାଇଥିଲା ।

କେନ୍ୟୁଜ୍(ବ୍ୟୁରୋ):  ସମଗ୍ର ଭାରତର ବିଭିନ୍ନ ସ୍ଥାନରେ ୯ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ,କିଟ୍‌ ଓ କିସ୍‌ରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଚଳିତବର୍ଷର ବିଷୟବସ୍ତୁ ଥିଲା ‘ବସୁଧୈବ କୁଟୁମ୍ବକମ୍‌’ । କିଟ୍‌ ଓ କିସ୍‌ ପକ୍ଷରୁ ସକାଳ ୬ଟା ସମୟରେ କିସ୍‌ ବିଶ୍ୱବିଦ୍ୟାଳୟ ଓ କିଟ୍‌ ବିଶ୍ୱବିଦ୍ୟାଳୟରେ ମିଳିତ ଭାବେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ସହ ଯୋଗାଭ୍ୟାସ କରାଯାଇଥିଲା । କିଟ୍‌, କିସ୍‌ ଓ କିମ୍ସର ପ୍ରାୟ ୫ହଜାର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ କହିଲେ, ପ୍ରାଚୀନ କାଳରୁ ଭାରତରେ ଯୋଗ ଆରମ୍ଭ ହୋଇଥିଲା।

ଯୋଗକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବାରେ ଭାରତ ନେତୃତ୍ୱ ନେଇ ଆସିଛି। ବର୍ତ୍ତମାନ ଯୋଗ ସମଗ୍ର ବିଶ୍ୱରେ ଆଦୃତି ଲାଭ କରିଛି। ଯୋଗ ମାଧ୍ୟମରେ ଆମେ ଆମକୁ ସୁସ୍ଥ ରଖିବା ସହ ମାନସିକ ଶାନ୍ତି ଲାଭ କରିବା ବୋଲି ପ୍ରଫେସର ସାମନ୍ତ କହିଥିଲେ। ଏହି କାର୍ଯ୍ୟକ୍ରମରେ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍‌ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟଙ୍କ ସମେତ ସମସ୍ତ ସ୍କୁଲ୍‌ ଓ ବିଭାଗୀୟ ଡିନ୍‌, ନିର୍ଦ୍ଦେଶକ ଓ କର୍ମଚାରୀମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ । କିଟ୍‌ ଅଧ୍ୟାତ୍ମ୍ୟ ଓ ଯୋଗ ସ୍କୁଲ୍‌ ପକ୍ଷରୁ ଯୋଗ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.