ନ୍ୟୁୟର୍କ: ଜାତିସଂଘ ମୁଖ୍ୟାଳୟରେ ଯୋଗ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, କହିଲେ, ‘ଏହା ଆମ ସମସ୍ତଙ୍କୁ ଯୋଡ଼ିଥାଏ…’

ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୋଦି। ଏହି ଅବସରରେ ମୋଦି ଜାତିସଂଘରେ ୧୮୦ଟି ଦେଶର ଲୋକଙ୍କ ସହିତ ଯୋଗ କରୁଛନ୍ତି।

ମିଳିତ ଜାତିସଂଘ ମୁଖ୍ୟାଳୟରେ ପହଞ୍ଚିବା ପରେ ମୋଦି ପ୍ରଥମେ ଏଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ବର୍ତ୍ତମାନ ଯୋଗ ଆରମ୍ଭ ହୋଇଯାଇଥିବା ବେଳେ ପିଏମ୍‌ ମୋଦି କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି। ଏହି ଅବସରରେ ମୋଦି କହିଛନ୍ତି ଯେ ଗତବର୍ଷ ସାରା ବିଶ୍ୱ ୨୦୨୩କୁ ଅନ୍ତର୍ଜାତୀୟ ବାଜରା ବର୍ଷ ରୂପେ ପାଳନ କରିବାର ଭାରତର ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଏକାଠି ହୋଇଥିଲା। ପୁଣିଥରେ ଆଜି ବିଶ୍ୱକୁ ଯୋଗ ପାଇଁ ଏକାଠି ଆସିବାର ଦେଖିବା ବାସ୍ତବିକ୍‌ ଅଦ୍ଭୁତ।

ମୋଦି କହିଛନ୍ତି ଯେ ଯୋଗ ଭାରତରୁ ଆସିଛି ଏବଂ ଏହା ବହୁତ ପୁରୁଣା ପରମ୍ପରା। ଯୋଗ କପିରାଇଟ୍‌, ପେଟେଣ୍ଟ୍‌ ଏବଂ ରୟାଲଟିରୁ ମୁକ୍ତ। ଯୋଗ ଆପଣଙ୍କ ଆୟୁଷ, ଲିଙ୍ଗ ଏବଂ ଫିଟ୍‌ନେସ ସ୍ତର ପାଇଁ ଅନୁକୂଳ। ଯୋଗ ହେଉଛି ପୋର୍ଟେବଲ୍‌। ଏହା ସହିତ ମୋଦି କହିଥିଲେ କି, ଯୋଗର ଅର୍ଥ ହେଉଛି ଯୋଡ଼ିବା। ତେଣୁ ଯୋଗ ପାଇଁ ଆପଣ ସମସ୍ତେ ଆସିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.