ସାବଧାନ ! ସାବାଡ଼ ହେବେ ବିକଟାଳ ଶବ୍ଦ କରି ଯାଉଥିବା ବୁଲେଟ ଚାଳକ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (କେନ୍ୟୁଜ): ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ ସାବଧାନ । ସାବାଡ଼ ହେବେ ବିକଟାଳ ଶବ୍ଦ କରି ଯାଉଥିବା ବୁଲେଟ ଚାଳକ । ଜବତ ହେବ ଗାଡ଼ି । ଏନେଇ ଭୁବନେଶ୍ୱରରେ ୧୧ରୁ ଅଧିକ ଗାଡ଼ିକୁ ଜବତ କରିଛି କମିଶନରେଟ ପୋଲିସ । ରାଜଧାନୀରେ ଏବେ ଚକ୍କର କାଟୁଛି ଟ୍ରାଫିକ ପୋଲିସ । ପୋଲିସ ନଜରରେ ରହିଛି ଜନ ଗହଳି ଜାଗା । ରାଜଧାନୀରେ ରୂପାଲି, ଏଜି, ନାଲ୍‌କୋ, ରସୁଲଗଡ଼, ଖଣ୍ଡଗିରି, ମାଷ୍ଟରକ୍ୟାଣ୍ଟିନ ଆଦି ଛକରେ ନଜର ରଖିଛି ସିସିଟିଭି କ୍ୟାମେରା । ବିକଟାଳ ଶବ୍ଦ କରି ଗାଡ଼ି ଚଳାଇଲେ ହେବ କାର୍ଯ୍ୟାନୁଷ୍ଠାନ ।

ରାଲି ଓ ଶୋଭାଯାତ୍ରରେ ଏଭଳି ଗାଡି ଚାଳକଙ୍କୁ ଛାଡିବ ନାହିଁ ପୋଲିସ । ସେପଟେ ବୁଲେଟ ସାଇଲେନ୍ସର ମୋଡିଫିକେସନ କରୁଥିବା ଦୋକାନୀମାନଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ଏ ସଂପର୍କରେ ଜନସାଧାରଣ ହ୍ଵାଟସ ଆପ ନମ୍ବର ୮୦୯୩୦୨୮୧୦୭ରେ ପୋଲିସକୁ ସୂଚନା ଦେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.