ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି! ୟୁକ୍ରେନରେ ଥିବା ଭାରତୀୟ ଦୂତାବାସକୁ ପୋଲାଣ୍ଡରେ କରାଯିବ ସିଫ୍ଟ

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୮ ଦିନରେ ପହଞ୍ଚିଲାଣି। ସ୍ଥିତି ସୁଧୁରିବା ବଦଳରେ ଆହୁରି ଗମ୍ଭୀର ହେବାରେ ଲାଗିଛି। ଦୁଇଟି ଯାକ ଦେଶ ନଇଁବାକୁ ପ୍ରସ୍ତୁତ ନୁହଁନ୍ତି। ଏହାରି ଭିତରେ ରବିବାର ବୈଦେଶିକ ମନ୍ତ୍ରାଳୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ଯାଇ କହିଛି, ୟୁକ୍ରେନର ପଞ୍ଚିମ ଭାଗରେ ସୁରକ୍ଷା ସ୍ଥିତି ବିଗୁଡ଼ୁ ଥିବାରୁ ଏହାକୁ ନଜରରେ ରଖି ଭାରତ ସରକାର ବଡ଼ ନିର୍ଣ୍ଣୟ ନେଇଛନ୍ତି। ୟୁକ୍ରେନରେ ଥିବା ଭାରତୀୟ ଦୂତାବାସକୁ ପୋଲାଣ୍ଡରେ ଆସ୍ଥାୟୀ ରୂପେ ସ୍ଥାନାନ୍ତର କରାଯିବ।

ଏହା ପୂର୍ବରୁ ରବିବାର ପିଏମ୍‌ ମୋଦି ୟୁକ୍ରେନ ସଙ୍କଟକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ସୂଚନା ମୁତାବକ, ବୈଠକରେ ବୈଦେଶିକ ମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମେତ ଅନ୍ୟ ବଡ଼ ନେତା ଏବଂ ମନ୍ତ୍ରୀ ଉପସ୍ଥିତ ଥିଲେ। ପିଏମ୍‌ ମୋଦି ବୈଠକରେ ଭାରତର ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିବା ସହିତ ୟୁକ୍ରେନ-ରୁଷ ଯୁଦ୍ଧରେ ବଦଳିଥିବା ବିଶ୍ୱ ସ୍ଥିତିକୁ ମଧ୍ୟ ସମୀକ୍ଷା କରିଥିଲେ।

ରୁଷ, ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରୁଛି। ଏବେ ରୁଷ ପଶ୍ଚିମ ଭାଗକୁ ଦ୍ରୁତ ଗତିରେ ମାଡ଼ି ଚାଲିଛି। ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ରୁଷ ନିଜ ସର୍ତ୍ତଗୁଡ଼ିକୁ ଧରି ବସିଛି। ସେପଟେ ୟୁକ୍ରେନ ମଧ୍ୟ ରୁଷ ସାମ୍ନାରେ ନଇଁବା ବଦଳରେ ଲଗାତାର ଏହାର ଆକ୍ରମଣକୁ ଦୃଢ଼ ଜବାବ ଦେଉଛି। ୟୁକ୍ରେନରେ ଖରାପ ସ୍ଥିତିକୁ ଦର୍ଶାଇ ଭାରତ ସରକାର ରବିବାର ୟୁକ୍ରେନ ଦୂତାବାସକୁ ପୋଲାଣ୍ଡରେ ସିଫ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.