ଯାଜପୁର: ଧାନମଣ୍ଡଳ ରେଳ ଷ୍ଟେସନ ନିକଟରେ ପଡିଛି ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ

ଯାଜପୁର(କେନ୍ୟୁଜ୍):  ରେଳ ଧାରଣାରେ ପଡିଛି ଯୁବକଙ୍କ ମୃତ ଦେହ। ଯାଜପୁର ଜିଲ୍ଲା ଧାନମଣ୍ଡଳ ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଘଟଣା। ରେଳ ଟ୍ରାକ ଉପରେ ଟ୍ରେନରେ କଟି ଯୁବଙ୍କଙ୍କ ମୃତ୍ୟୁ ହୋଇଛି। ଟ୍ରେନରେ କଟି ଯୁବକଙ୍କ ମୁଣ୍ଡ ଠୁ ଶରୀର ଦୁଇ ଖଣ୍ଡ ହୋଇଯାଇଛି। ଟ୍ରେନ ଟ୍ରାକ ଆଗକୁ ଡେଇଁ ପଡି ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯଉଛି।

ମୃତଦେହ ନିକଟରେ ଏକ ଆଧାର କାର୍ଡ ପଡିଛି ଯେଉଁଥିରେ ଯୁବକ ଜଣକ  ବଡ଼ଚଣା ବ୍ଲକ କୁନ୍ଦଳ ଅଂଚଳର ବୋଲି ଜଣାପଡିଛି। ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନ ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ଜଣା ପଡିନାହିଁ। ଖବର ପାଇ ଘଟଣା ସ୍ଥଳରେ ଜିଆରପି ପୋଲିସ ପହଁଚି ଅଧିକ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.