Below header

ଅସୁରକ୍ଷିତ ରାଜଧାନୀ, ଶିଶୁଭବନ ରାଜରାସ୍ତାରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

କେନ୍ୟୁଜ୍(ବ୍ୟୁରୋ):  ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଭୁବନେଶ୍ବର  । ସପ୍ତାହ ମଧ୍ୟରେ ଦୁଇ ଦୁଇଟି ଜଘନ୍ୟ ହତ୍ୟାକାଣ୍ଡ  ଘଟିଗଲାଣି । ଗତ ରବିବାର ଦିନ ହୋଟେଲ ଗ୍ରାଣ୍ଡ ସ୍ବସ୍ତୀ ପଛ ପାର୍ଶ୍ବରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ଛେଚି ହତ୍ୟା କରିଥିଲା ଜଣେ ଯୁବକ । ଏହାର ଠିକ ୭ ଦିନ ଭିତରେ ରାଜଧାନୀର ଶିଶୁ ଭବନରୁ ରାଜମହଲ ଯିବା ରାସ୍ତାରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।

ଜଣେ ଯୁବକଙ୍କୁ ପଥର ରେ ଛେଚି ଛେଚି ହତ୍ୟା କରିଛି ଆଉ ଜଣେ ଯୁବକ। ମ୍‌ତ ଯୁବକଙ୍କ ପରିଚୟ ମିଳିପାରି ନାହିଁ ।   ଏହି  ହତ୍ୟା ମାମଲାରେ ଥାନାରେ ଜଣେ ଯୁବକକୁ ଅଟକ ରଖାଯାଇଛି। ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ । ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.