ଚୁମ୍ବକ ଭଳି ଏ ବ୍ୟକ୍ତିଙ୍କ ଦେହରେ ଲାଗିଯାଉଛି ଚାମଚ ଚାବିକାଠି ଓ କଣ୍ଟା

ବାଲେଶ୍ୱର (କେନ୍ୟୁଜ) : କରୋନା ଟିକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ବଢିଯାଉଛି। ଏଭଳି ଭିଡିଓ ଏବେ ସାମ୍ନା କୁ ଆସୁଛି। ଏହି ଖବରର ସତ୍ୟତାକୁ ଦେଖିବାକୁ ଯାଇ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଜଣେ ବ୍ୟକ୍ତି ଟୀକା ନେବାର ଅନେକ ଦିନ ପରେ ଦେହରେ ଚାମଚ୍ ଲଗାଇବାକୁ ଚେଷ୍ଟା କଲେ ଏବଂ ଆଶ୍ଚର୍ଯ୍ୟର ବିଷୟ ଯେ ସେହି ଚାମଚ୍ ଟି ତାଙ୍କ ଦେହରେ ଲାଗିଗଲା। ଏକ ଅଜବ ଘଟଣାକୁ ନେଇ ନୀଳଗିରି ବ୍ଲକ ଜାମୁଡ଼ିହା ପଞ୍ଚାୟତ ଅଧୀନ ମଲ୍ୟାଣି ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜେନ୍ଦ୍ର ମହାପାତ୍ର ଜଣେ ଅଟୋ ଚାଳକ। ତାଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିବ ସେ ଚିନ୍ତା କରି ନଥିଲେ।

ରାଜେନ୍ଦ୍ରଙ୍କୁ ପୂର୍ବରୁ ତାଙ୍କ ଭିଣୋଇ ଏକ ଫଟୋ ଦେଇଥିଲେ ଯେଉଁଥିରେ ମଣିଷ ଦେହରେ ଚୁମ୍ବକ କ୍ଷେତ୍ର ସୃଷ୍ଟି ହେବା ଘଟଣାକୁ ସେ ମଜା ଭାବି ଏଡ଼ାଇ ଦେଇଥିଲେ। କିନ୍ତୁ ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ସେ ପରିବାର ଲୋକଙ୍କ ସହ ବସି କଥା ହେଉଥିବା ସମୟରେ ଭିଣୋଇଙ୍କ କଥାକୁ ପରୀକ୍ଷା କରିବା ଉଦେଶ୍ୟରେ ଦେହରେ ଏକ କଣ୍ଟା ଚାମଚ ଦେଖାଇବାରୁ ତାହା ଟାଣି ରଖିଥିଲା। ପରେ ଚାବିକାଠି, ଏକାଧିକ ଚାମଚ, କଣ୍ଟା ଚାମଚ, ପ୍ରଭୃତି ଦେଖାଇବାରୁ ତାହା ଦେହରେ ଲାଗି ରହିଥିଲା।

ଏହି ଅଟୋ ଚାଳକ ଜଣକ ଗତ ଏପ୍ରିଲ ୨୬ତାରିଖରେ କରୋନା ଟୀକା ନେଇଥିଲେ। ଦ୍ୱିତୀୟ ଟୀକା ନେବାକୁ ସମୟ ହୋଇ ଯାଇଥିଲେ ସୁଦ୍ଧା ,ସେ ଦୁଟିୟ ଟୀକା ନେଇ ନାହାନ୍ତି । ତା ଭିତରେ ଏଭଳି ଏକ ଅଜବ ଘଟଣାକୁ ଦେଖି ପରିବାର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ତେବେ ଏହା ଟୀକାର ପାର୍ଶ୍ଵ ପ୍ରତିକ୍ରିୟା ନା ଆଉ କିଛି ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ ନୀଳଗିରିରେ ଏଭଳି ପ୍ରଥମଥର ଅଜବ ଘଟଣା ଘଟିଥିବାରୁ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.