ଆମ୍ବୁଲାନ୍ସକୁ ଅଟକାଇ ଦାଦାଗିରି ! ଭିଡ଼ିଓରେ କଏଦ ହେଲା କାରନାମା

ଏ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରେ । ହଠାତ ଯୁବକ  ଆସି ଆମ୍ବୁଲାନ୍ସ ଆଗରେ ନିଜର ସ୍କୁଟି ରଖିଦେଇଥିଲା। ଆମ୍ବୁଲାନ୍ସ ଯେତେ ସାଇରନ ଦେଇ ହର୍ଣ୍ଣ ବଜାଇଲେ ବି ଶୁଣିବାକୁ ନାରାଜ ଯୁବକ

କଟକ(କେନ୍ୟୁଜ୍): ଗୁରୁତର ରୋଗୀ ଥିବା ଆମ୍ବୁଲାନ୍ସକୁ ଅଧାବାଟରେ ଅଟାକାଇଲା ଦୁର୍ବୃତ୍ତ। କୁହାବଲା କିଛି ନାହିଁ ସିଧା ଆସି ଆମ୍ବୁଲାନ୍ସର ଚାବିକୁ ନେଇ ଗଲା । ଏଭଳି ଅଭିଯୋଗ ଆଣିଛନ୍ତି ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଓ ଫାର୍ମାସିଷ୍ଟ। ଏ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରେ । ହଠାତ ଯୁବକ  ଆସି ଆମ୍ବୁଲାନ୍ସ ଆଗରେ ନିଜର ସ୍କୁଟି ରଖିଦେଇଥିଲା। ଆମ୍ବୁଲାନ୍ସ ଯେତେ ସାଇରନ ଦେଇ ହର୍ଣ୍ଣ ବଜାଇଲେ ବି ଶୁଣିବାକୁ ନାରାଜ ଯୁବକ । କିଛି ସମୟ ଅଟକିବା ପରେ ସେହି ଜାଗାରୁ ପୁଣି ଫେରି ଯାଇଥିଲା ଯୁବକ ଜଣକ। ଯୁବକଙ୍କର ଏହି ଦାଦାଗିରିକୁ  ନିଜ ମୋବାଇଲରେ କଏଦ କରିଛନ୍ତି ଆମ୍ବୁଲାନ୍ସରେ ବସିଥିବା ଫାର୍ମାସିଷ୍ଟି ଓ ଡ୍ରାଇଭର। ଏପଟେ ଜୀବନ ମରଣ ସହ ଜୁଝୁଥିବା ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ଏଘଟଣାକୁ ଦେଖି ଭୟଭୀତ ହୋଇଯାଥିଲେ।

ଗଣ୍ଡଗୋଳ ଯାହା ହେଉନା କାହିଁକି ରୋଗୀକୁ ମେଡ଼ିକାଲ ନ ପଠାଇ ଆମ୍ବୁଲାନ୍ସକୁ ଅଟକାଇ ରଖିବା କେତେଦୂର ଯଥାର୍ଥ? ବିନା କାରଣରେ ଜଣେ ରୋଗୀଙ୍କ ଜୀବନ ସହ ଖେଳିବା ନିହାତି ସମ୍ବେଦନଶୀଳ ଘଟଣା। କହି ରଖୁଛୁ କି ଏଭଳି ଆମ୍ବୁଲାନ୍ସ ଅଟକାଇବା ଭଳି ଧର୍ତ୍ତବ୍ୟ ଅପରାଧ କରନ୍ତୁ ନାହିଁ। ଆମ୍ବୁଲାନ୍ସ ଓ ଅନ୍ୟ ଜାରୁରୀ କାଳୀନ ସେବାର ଯାନକୁ ଅଟକାଇବା ଠାରୁ ବଡ଼ ଅପରାଧ କିଛି ନାହିଁ। ଏଭଳି କଲେ ଦୃଢ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରହିଛି ଆଇନରେ । ଏବେ ଏ ଘଟଣା ପରେ ଦେଖିବାକୁ ବାକି ରହିଲା ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି।  ଆଉ  ଅନୁରୋଧ କରୁଛୁ ଏଭଳି ଘଟଣା ସାମ୍ନାରେ ଦେଖୁଥିଲେ ଏହାକୁ ଦୃଢ ପ୍ରତିବାଦ କରନ୍ତୁ । ଜରୁରୀକାଳୀନ ସେବାକୁ ଅଗ୍ରାଧୀକାର ଦିଅନ୍ତୁ। କାହା ଜୀବନ ସହ ଖେଳିବାକୁ ଦିଅନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.