ଖୋର୍ଦ୍ଧା: ଯୁବକଙ୍କ ନିଆରା ପ୍ରତିବାଦ, ଦରବୃଦ୍ଧି ପ୍ରତିବାଦରେ ଜଳଯୋଗ କରି ଦରଦାମ ନିୟନ୍ତ୍ରଣ କରିବା ପାଇଁ କଲେ ଦାବି

ଖୋର୍ଦ୍ଧା(କେନ୍ୟୁଜ୍) : ପ୍ରତିଦିନ ବଢୁଛି ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର । ଯାହାର ସିଧାସଳଖ ପ୍ରଭାବ ପଡୁଛି ଗରିବ ଖଟିଖିଆଙ୍କ ଉପରେ । କରୋନା ପାଇଁ ଗରିବ ଓ ମଧ୍ୟବିତ୍ତ ମାନଙ୍କ ରୋଜଗାର ଘରେ ତାଲା ପଡିଥିବା ବେଳେ ତେଲ,ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଚିନ୍ତାର କାରଣ ପାଲଟିଛି ।

petrol price

ଏହାକୁ ନେଇ ବାଘମାରି ଗ୍ରାମର ଜଣେ କଳ୍ପତରୁ ପଣ୍ଡା, ଯୁବ ସମାଜସେବୀ ଗଭୀର ଜଳରେ ଏକଘଣ୍ଟା କାଳ ଜଳଯୋଗ ମାଧ୍ୟମରେ ପାଣିରେ ଭାସି ଛାତି ଉପରେ ପେଟ୍ରୋଲ ରଖି ନିଆରା  ପ୍ରତିବାଦ ଜଣାଇଛନ୍ତି । ଏବଂ ତୁରନ୍ତ ତୈଳ,ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମକୁ ସରକାର ନିୟନ୍ତ୍ରଣ କରିବା ପାଇଁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.