Below header

ମୋବାଇଲ ଫୋନକୁ ରକ୍ଷା କରିବା ଚକ୍କରରେ ପାଲଝାରା ଡ୍ୟାମରେ ନିଜେ ବୁଡିଗଲେ ଯୁବ ଇଞ୍ଜିନିୟର

ବୌଦ୍ଧ: ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅର୍ନ୍ତଗତ ପାଲଝାରା ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ ବୁଡିଗଲେଯୁବ ଇନଂଜିନିୟର । ତାମିଲନାଡୁର ଆର ମୁକୁନ୍ଦମ ନାମକ ଯୁବକ ନିଜ ବନ୍ଧୁ ମାନଙ୍କ ସହିତ ଡ୍ୟାମକୁ ଗାଧୋଇବାକୁ ଯାଇଥିବା ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ତାମିଲନାଡୁର ଆର ମୁକୁନ୍ଦମ ଅନୁଗୁଳ ଜିଲ୍ଲା କୁମ୍ଭୀଆ ଠାରେ ଚାଲିଥିବା ମେଗା ଲିଫ୍ଟ ପ୍ରୋଜେକ୍ଟରେ ନିୟୋଜିତ ଥିଲେ । ମିଳିଥିବା ସୂଚନାନୁଯାୟୀ, ମୁକୁନ୍ଦମ ଆଜି ତାଙ୍କ ତିନି ଜଣ ବନ୍ଧୁଙ୍କ ସହ ମିଶି ପାଲଝାରା ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ ତାଙ୍କ ମୋବାଇଲ ଫୋନ ପାଣିରେ ପଡି ଯାଇଥିଲା ଫଳରେ ସେ ଡ୍ୟାମ ଭିତରକୁ ଡେଇଁ ପଡିଥିଲେ । ପାଣି ଭିତରେ ସେ ଅନେକ ସମୟ ପର୍ଯ୍ଯନ୍ତ ବୁଡିକି ରହିବା ପରେ ମଧ୍ୟ ଆଉ ବାହାରକୁ ନ ବାହାରିବାରୁ ତାଙ୍କ ସହଯୋଗୀ ମାନେ ପାଣି ଭିତରେ ତାଙ୍କୁ ଖୋଜାଖୋଜି କରିଥିଲେ ।

ବହୁ ସମୟ ଖୋଜିଲା ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଯାହାଫଳରେ ଶେଷରେ ନିରାଶ ହୋଇ ତାଙ୍କ ବନ୍ଧୁମାନେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍‌କୁ ଖବର ଦେଇଥିଲେ । ଉଭୟ ଟିମ୍ ଡ୍ୟାମ ଭିତରେ ଖୋଜାଖୋଜି କଲା ପରେ ଇଂଜିନିୟରଙ୍କ ମୃତ ଦେହକୁ ପ୍ରାୟ ୧  କିଲୋମିଟର ଦୁରରେ ଠାବ କରିଥିଲେ । ତେବେ ପୋଲିସ ଏହି ଘଟଣାରେ ସମସ୍ତଙ୍କ ବୟାନ ରେର୍କଡ କରି ଅନୁସନ୍ଧାନ ଜାରି ରଖିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.