Below header

ବଲିଉଡ ଡ୍ରଗ୍ସ କନେକ୍ସନରେ ବଡ ଖୁଲାସା, ସାରାଙ୍କଠାରୁ ଡ୍ରଗ୍ସ ନେଇ ସୁଶାନ୍ତଙ୍କ ପାଖେ ପହଞ୍ଚାଉଥିଲେ ରିୟା

ରିୟା ଚକ୍ରବର୍ତ୍ତୀ ଏବଂ ଡ୍ରଗ୍ସ ମାମଲାକୁ ନେଇ ପୁଣିଥରେ ଏକ ବଡ ଖବର ସାମ୍ନାକୁ ଆସିଛି । ସୂତ୍ରରୁ ପ୍ରକାଶ ଯେ ରିୟା ଚକ୍ରବର୍ତ୍ତୀ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କଠାରୁ ଡ୍ରଗ୍ସ ନେଇଛନ୍ତି ଏବଂ ସାରା ମଧ୍ୟ ଅନେକଥର ରିୟାଙ୍କଠାରୁ ଡ୍ରଗ୍ସ ନେଇଛନ୍ତି । ସୂଚନାନୁସାରେ, ସାରା ଅଲି ଖାନ ଏକ ଉଚ୍ଚ ପ୍ରୋଫାଇଲ୍ ଡ୍ରଗ୍ସ ପ୍ୟାଡଲରଙ୍କ ସହ ଯୋଗାଯୋଗରେ ଥିଲେ, ଯାହାଙ୍କୁ ବର୍ତ୍ତମାନ ଏନସିବି ଖୋଜୁଛି । ସାରାଙ୍କଠାରୁ ଡ୍ରଗ୍ସ ନେଇ ରିୟା ସୁଶାନ୍ତ ସିଂ ରାଜପୁତଙ୍କୁ ଦେଉଥିଲେ ।

These pictures are the proof of the close friendship between Sara Ali Khan  and Rhea Chakraborty | ये तस्वीरें हैं सारा और रिया की पक्की दोस्ती का  सबूत, SEE PICS | Hindi News,

ରିୟାଙ୍କ ସମେତ ୧୬ ଜଣ ପଡିଲେଣି ଧରା

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ସଂପର୍କରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କୁ ଗିରଫ କରିଛି । ଜଣେ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ କରମଜିତ ସିଂ ଆନନ୍ଦ, ଡୱେନ ଫର୍ଣ୍ଣାଣ୍ଡିସ୍, ସାଙ୍କେଟ ପଟେଲ, ଅଙ୍କୁଶ ଅନରେଜା, ସନ୍ଦୀପ ଗୁପ୍ତା ଏବଂ ଆଫତାବ ଫତେହ ଅନସାରୀ ବୋଲି ଜଣାପଡିଛି । ଅନୁସନ୍ଧାନ ବେଳେ ଏମାନଙ୍କ ନାମ ପଦାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି । ଡ୍ରଗ୍ ନିୟନ୍ତ୍ରଣ ଉପରେ ଥିବା ଏନଡିପିଏସ୍ ଆକ୍ଟ ଅନୁଯାୟୀ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ସେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.