ପରକୀୟା ପ୍ରୀତି ହେଲା କାଳ, ସ୍ତ୍ରୀକୁ ମଲା ସାପ କାମୁଡ଼ାଇଲା ସ୍ୱାମୀ

ପରକୀୟା ପ୍ରୀତିର କୁପରିଣାମ ତ ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ସ୍ତ୍ରୀଠୁ ପିଛା ଛଡ଼ାଇବା ପାଇଁ ସ୍ୱାମୀମାନେ ବହୁ ଉପାୟ ଆପଣାଇଥାନ୍ତି। କିଏ ସିଧାସଳଖ ଛାଡ଼ପତ୍ର ଦେଉଥିବା ବେଳେ ଆଉ କିଏ କରେ ହତ୍ୟା। କିନ୍ତୁ ହତ୍ୟା କରିବା ପାଇଁ ଜଣେ ସ୍ୱାମୀ ଏବେ ଏମିତି ସାଂଘାତିକ ଉପାୟ ଆପଣାଇଛି ଯାହା ଶୁଣିଲେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଉପରୁ ଲୋକଙ୍କ ଭରସା ଉଠିଯିବ। ଇନ୍ଦୋରରେ ଏବେ ଏକ ସେଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ମାରିବା ପାଇଁ ମୃତ ସାପ ବ୍ୟବହାର କରିଥିବା ଜଣାଯାଇଛି। ହତ୍ୟାକାରୀ ସ୍ୱାମୀ ଧରାପଡ଼ିବା ପରେ ପୋଲିସ ଆଗରେ ଯାହା ବଖାଣିଛି ତାହା ଶୁଣିଲା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ।

killer

ଇନ୍ଦୋରରେ ବ୍ୟାଙ୍କ କର୍ମଚାରୀ ଅନିମେଶ ଓ ଶିବାନୀ ପରିବାର ସହ ରହୁଥିଲେ। ସେମାନଙ୍କର ଏକ ପୁଅ ବି ରହିଛି। ବିବାହର ଦୀର୍ଘ ବର୍ଷ ବିତିଥିଲେ ବି ଅନିମେଶ ଓ ଶିବାନୀଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା। ଏଣୁ ଅଫିସର ଜଣେ କର୍ମଚାରୀଙ୍କ ସହ ଅନିମେଶର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେହି ମହିଳାକୁ ସେ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ପ୍ରତିବନ୍ଧକ ସାଜିଥିଲା ଶିବାନୀ। ଏଣୁ ଶିବାନୀକୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲା ଅନିମେଶ।

snake2

ଶିବାନୀକୁ ମାରିବାକୁ ସେ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିଲା। ଏଣୁ ଏଥରକ ରଚିଥିଲା ସାଂଘାତିକ ଯୋଜନା। ଯୋଜନା ମୁତାବକ ଅନିମେଶ ରାଜସ୍ଥାନରୁ ୫୦୦୦ ହଜାର ଟଙ୍କାରେ ଏକ କୋବ୍ରା ସାପ ଆଣି ଆଲମାରିରେ ରଖିଥିଲା। ଦୀର୍ଘ ୧୧ ଦିନ ଧରି ଆଲମାରିରେ ସାପ ରହିବା ପରେ ମରିଯାଇଥିଲା। ଶନିବାର ଦିନ ଘରେ କେହି ନଥିବା ବେଳେ ଅନିମେଶ ଶିବାନୀକୁ ତକିଆରେ ଚାପି ହତ୍ୟା କରିଥିଲା। ପରେ ହତ୍ୟାକୁ ସର୍ପାଘାତର ରୂପ ଦେବାକୁ ମଲା ସାପକୁ ଆଣି ହାତରେ ଚାପି ଶିବାନୀର ହାତକୁ କାମୁଡ଼ାଇଥିଲା। ସାପ ମରି ଯାଇଥିଲେ ବି ଶିବାନୀର ହାତରେ ସାପ କାମୁଡ଼ିବା ଦାଗ ରହି ଯାଇଥିଲା।

killer2

ଘରକୁ ସମସ୍ତେ ଆସିବା ପରେ ଅନିମେଶ ସାପ କାମୁଡ଼ାରେ ଶିବାନୀର ମୃତ୍ୟୁ ଘଟିଥିବା କହିଥିଲା। ସମସ୍ତେ ସାପକୁ ଦେଖି ଅନିମେଶ ସତ କହୁଥିବା ଭାବିଥିଲେ। କିନ୍ତୁ ଶିବାନୀର ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ତେବେ ପୋଷ୍ଟମର୍ଟମ୍‌ ରିପୋର୍ଟରୁ ସବୁ ସତ ଧରାପଡ଼ିଥିଲା। ଏହି ଯୋଜନାରେ ଅନିମେଶର ଭଉଣୀ ବି ସାମିଲ ଥିଲା। ଏବେ ପୋଲିସ ସମସ୍ତଙ୍କୁ ଗିରଫ କରିଛି। ତେବେ ବାପାର ପରକୀୟା ପ୍ରୀତି ପାଇଁ ଏବେ ସେମାନଙ୍କ ନିଃଷ୍ପାପ ପୁଅ ମା’ ଛେଉଣ୍ଡ ହୋଇ ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.