Below header

ଓଡିଶାରେ ଖାଲିପଡିଛି ପୋଲିସ ସବ୍‌ ଇନ୍ସପେକ୍ଟର ପଦବୀ, ଜଲଦି କରନ୍ତୁ ଆବେଦନ

ଆପଣ ଓଡିଶାରେ ପୋଲିସ ଚାକିରି କରିବାକୁ ଚାହୁଛନ୍ତି କି, ତେବେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ(OSSC) ରେ ଖାଲିପଡିଛି ଅନେକ ପଦବୀ। ଏଠାରେ ୪୭ଟି ପୋଲିସ ସବଇନ୍ସପେକ୍ଟର, ଷ୍ଟେସନ ଅଫିସର ( ଫାଆର ସର୍ଭିସ) ୧୪ଟି ଏବଂ ଆସିଷ୍ଟାଣ୍ଟ ଜେଲରେ ୪୪ଟି ପଦବୀ ଖାଲିପଡିଛି।

ଦରମା : ୧୬,୮୮୦ରୁ ଆରମ୍ଭ

ଶେଷ ତାରିଖ : ୨୫ ସେପ୍ଟେମ୍ବର (ଦିନ ୧୨ଟା)

ପରୀକ୍ଷା ଶୁଳ୍କ: ଓବିସି ଏବଂ ସାଧାରଣ ବର୍ଗଙ୍କ ପାଇଁ ୨୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ପାଇଁ ମାଗଣା ରହିଛି। ଅନଲାଇନ ମାଧ୍ୟରେ ପରୀକ୍ଷା ଶୁଳ୍କ ଦେଇପାରିବେ।

ossc

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ କରିବାକୁ ଆବଶ୍ୟକ। ସେହିପରି ଫାଆର ସର୍ଭିସ ଚାକିରି ପାଇଁ ପ୍ରାର୍ଥୀ ବିଜ୍ଞାନ କିମ୍ବା ଇଂଜିନିଅରିଂରେ ସ୍ନାତକ କରିଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା : ଆବେଦନକାରୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଭାଇଭା ଏବଂ ଶାରୀରିକ ଦକ୍ଷତା ଅନୁସାରେ କରାଯିବ।

ଏମିତି କରନ୍ତୁ ଆବେଦନ: ଯୋଗ୍ୟ ପ୍ରାର୍ଥୀ ଅନଲାଇନ ମାଧ୍ୟମରେOSSC ର ଅଫିସିଆଲ େଓ୍ଵବସାଇଟକୁ ଯାଇ @ www.ossc.gov.in ରେ ୨୫ ସେପ୍ଟେମ୍ବର ଦିନ ୧୨ଟା ପୂର୍ବରୁ ଆବେଦନ କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.