କୋଭିଡ ନିୟମରେ ସମ୍ପନ୍ନ ହେଲା ଅଜିତ ଦାସଙ୍କ ଶେଷକୃତ୍ୟ, ଦିଆଗଲା ଗାର୍ଡ ଅଫ ଅନର

ଭୁବନେଶ୍ବର: ପଞ୍ଚଭୂତରେ ଲୀନ ହେଲେ ଓଲିଉଡର ବର୍ଷୀୟାନ ଅଭିନେତା ଅଜିତ ଦାସ। କୋଭିଡ଼ ନିୟମ ଅନୁଯାୟୀ ଆଜି ତାଙ୍କର ଶେଷକୃତ୍ୟ ସତ୍ୟନଗରରେ କରାଯାଇଛି । ଏହାସହ ତାଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର ।

ସୂଚନା ଅନୁଯାୟୀ, ଗତକାଲି ୭୧ବର୍ଷ ବୟସରେ ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ତେବେ ଏ ଖବର ମିଳିବାପରେ ତାଙ୍କୁ ଝୁରୁଛନ୍ତି ତାଙ୍କ ପ୍ରଶଂସକ । ଓଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଜିତ ଦାଶ । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ୧୯୪୯ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରରେ ଥିଲେ ଜଣେ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟଗୁରୁ  । ୬୦ରୁ ଅଧିକ ଫିଲ୍ମରେ ତାଙ୍କ ବଳିଷ୍ଠ ଅଭିନୟର ଛାପ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.