Below header

କଟକ: ପ୍ରୋଟିନ ସପ୍ଲିମେଣ୍ଟ ନାଁରେ ନିଶା ଦେଇ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

କଟକ ମର୍କତନଗର ଥାନାରେ ଯୁବତୀଙ୍କ ଲିଖିତ ଅଭିଯୋଗ। ଏକ ଜିମ ର ଟ୍ରେନରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଯୁବତୀ। ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା କମିଶନରେଟ ପୋଲିସ। ଉଭୟଙ୍କର ଜିମରୁ ପରିଚୟ ହୋଇଥିଲା।

କଟକ(କେନ୍ୟୁଜ୍): କଟକରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପ୍ରୋଟିନ୍‌ ସପ୍ଲିମେଣ୍ଟ ନାଁରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଛି । କଟକ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ । ସ୍ଥାନୀୟ ଏକ ଜିମ୍‌ର ଟ୍ରେନରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ମର୍କତ ନଗର ଥାନା ପୋଲିସ । ସମ୍ପୃକ୍ତ ଟ୍ରେନରଙ୍କୁ ପଚରାଉଚରା ଚାଲିଛି । ଅଭିଯୋଗ ହୋଇଛି, ଉଭୟଙ୍କର ଜିମରୁ ପରିଚୟ ହୋଇଥିଲା । ଟ୍ରେନର ଜଣକ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ପ୍ରତାରଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.