ଜୟନାରାୟଙ୍କ ମୁଣ୍ଡ ଦୋଷ ଅଛି ଓ ସେ ଧୀରେ ଧୀରେ ପାଗଳାମି ଆଡକୁ ଗଲେଣି, ଜାଣନ୍ତୁ ସୁଲତା ଦେଓ କାହିଁକି ଏପରି କହିଲେ

ଜୟନାରାୟଣ ବାବୁ ହତ୍ୟା ଭଳି ସଂଗୀନ ଅପରାଧ ଘଟାଇ ଅତୀତ ରେ ଜେଲରେ ମଧ୍ୟ ଥିଲେ। ଆମେ ସମସ୍ତେ ଜାଣିଛେ ଗତ କିଛିଦିନ ପୂର୍ବରୁ ମଧ୍ୟ ସେ ସ୍ପଷ୍ଟ ଦିବାଲୋକ ରେ ଜଣେ ମହିଳା ପୋଲିସ ଅଫିସରଙ୍କ ଉପରେ କେଉଁଭଲି ଭାବରେ ଆକ୍ରମଣ କରିଥିଲେ ଏବଂ ସେ ତା ପାଇଁ ଅନୁତପ୍ତ ମଧ୍ୟ ନଥିଲେ।

କେନ୍ୟୁଜ୍(ବ୍ୟୁରୋ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସାଂସଦ ସୁଲୋତା ଦେଓଙ୍କ ଟାର୍ଗେଟ। ଜୟନାରାୟଣ ବାବୁ ହତ୍ୟା ଭଳି ସଂଗୀନ ଅପରାଧ ଘଟାଇ ଅତୀତ ରେ ଜେଲରେ ମଧ୍ୟ ଥିଲେ। ଆମେ ସମସ୍ତେ ଜାଣିଛେ ଗତ କିଛିଦିନ ପୂର୍ବରୁ ମଧ୍ୟ ସେ ସ୍ପଷ୍ଟ ଦିବାଲୋକ ରେ ଜଣେ ମହିଳା ପୋଲିସ ଅଫିସରଙ୍କ ଉପରେ କେଉଁଭଲି ଭାବରେ ଆକ୍ରମଣ କରିଥିଲେ ଏବଂ ସେ ତା ପାଇଁ ଅନୁତପ୍ତ ମଧ୍ୟ ନଥିଲେ। ସେ ମହିଳା SHG ମା ମାନେ ପଇସା ଖାଉଛନ୍ତି ବୋଲି ମା ମାନଙ୍କୁ ଅପମାନିତ କରୁଛନ୍ତି। ଏହା ଦ୍ୱାରା ମହିଳା SHG ପଇସା ଖାଉଛନ୍ତି କହିଲେ ସାରା ଓଡ଼ିଶାର ମା ମାନଙ୍କୁ ସେ ଅପମାନିତ ହେଲା। ଆମେ ବିଗତ ଦିନରେ ପୂର୍ବରୁ ଯାହା କହିଥିଲୁ ଯେ ଜୟନାରାୟଣଙ୍କ ବିଷୟରେ ଆମେ ଯାହା ପ୍ରେଡିକ୍ସନ କରିଥିଲୁ କେଉଁଠି ନା କେଉଁଠି ସତ ହୋଇଛି । ଜୟନାରାୟଙ୍କ ମୁଣ୍ଡ ଦୋଷ ଅଛି। ସେ ଧୀରେ ଧୀରେ ପାଗଳାମି ଆଡକୁ ଗଲେଣି।

ଆପଣ SHG ମାଙ୍କୁ ଅପମାନିତ କରୁଛନ୍ତି ଆପଣ କଣ ଜାଣିନାହାନ୍ତି ଓଡ଼ିଶାର ଯେଉଁ SHG ମା ମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଢିଲା ପରେ ସେମାନେ ସାମାଜିକ ଓ ଅର୍ଥନୈତିକ ସ୍ତରରେ ତାଙ୍କର ଉନ୍ନତି ହେଉଛି। ଆପଣ କଣ ତାଙ୍କର ଉନ୍ନତି ଚାଁହୁନାହାନ୍ତି କି? ବୋଲି ପ୍ରଶ୍ନ କରିଛନ୍ତି ସୁଲତା। ଓଡ଼ିଶାର ମା ମାନଙ୍କର ଅଦ୍ଭୁତ ପୂର୍ବକ କ୍ରାନ୍ତି ଆସିଛି ଆପଣ କଣ ସେଥିରେ ଖୁସି ନାହାନ୍ତି? ଆପଣ କଣ ପାଇଁ ସେମାନଙ୍କୁ ଅପମାନିତ କରୁଛନ୍ତି। ଓଡ଼ିଶାରେ ମହିଳା ସଶକ୍ତି କରଣ ପାଇଁ ଯେଉଁ କାମ ଚାଲିଛି ତା ଭିତରେ ଜାତୀୟ ସ୍ତରରେ ଏବଂ ଆନ୍ତଜାତୀୟ ସ୍ତରରେ ମଧ୍ୟ ମା ମାନଙ୍କୁ ଏବଂ ଓଡିଶାକୁ ବିଭିନ୍ନ ପ୍ରକାର ମଧ୍ୟ ପୁରସ୍କାର ମିଳୁଛି। ଆପଣ ସେ ପୁରସ୍କାରରେ ବି ଖୁସି ନାହାନ୍ତି। ଜୟନାରାୟଣ ମିଶ୍ର ମାନସିକ ଭାରସାମ୍ୟ ହରାଇଲେଣି।  ଆମେ ଆଶା କରିବୁ ସେ ତାଙ୍କର ମସ୍ତିଷ୍କ ଏବଂ ଆଖି ଖୋଲା ରଖନ୍ତୁ। ଓଡ଼ିଶାର ମା ମାନଙ୍କର ପ୍ରଗତିକୁ ଦେଖନ୍ତୁ। ଆଖି ଖୋଲା ରଖିଲେ ଓଡ଼ିଶାର ପ୍ରଗତି ସହ ଓଡ଼ିଶା ଏସଏଚଜି ମା ମାନଙ୍କର ପ୍ରଗତି ସେ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.