ମହଙ୍ଗା ପଡିଲା ପାକିସ୍ତାନ କ୍ରିକେଟ ଟିମ ପ୍ରେମ: ଭାରତ ବିରୋଧୀ ମନ୍ତବ୍ୟ ଦେଇ ଗିରଫ ହେଲେ ଯୁବକ

କଟକ(କେନ୍ଯୁଜ୍): ମହଙ୍ଗା ପଡିଲା ପାକିସ୍ତାନ କ୍ରିକେଟ ଟିମ ପ୍ରେମ। ଭାରତ ବିରୋଧୀ ମନ୍ତବ୍ୟ ଦେଇ ଗିରଫ ହେଲେ ଯୁବକ। କଟକ
ପଶ୍ଚିମକଛର ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ୍। ଗିରଫ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରିଛଇ ଜଗତପୁର ପୋଲିସ।
ଭାରତ ପାକିସ୍ତାନ ଟି୨୦ ମ୍ୟାଚ ରେ ଭାରତର ପରାଜୟ ପରେ ଯୁବକ ଜଣଙ୍କ ଦେଇଥିଲେ ବିବାଦୀୟ ମନ୍ତବ୍ୟ।

ସେହି ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ତେବେ ଏନେଇ ଥାନାରେ ଅଭିଯୋଗ ହେବାପରେ କମିଶନରେଟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇପିସିର ଧାରା ୧୫୩ ଏ ଓ ୨୯୪ ରେ ମାମଲା ରୁଜ୍ଜୁ କରିଛି ପୋଲିସ୍।

ସୂଚନା ଥାଉକି, ଚଳିତ ଆଇସିସି ଟି ୨୦ ବିଶ୍ୱକପ ମ୍ୟାଚରେ ପାକିସ୍ତାନ ତାର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ଭାରତକୁ ୧୦ ଉଇକେଟରେ ହରାଇଥିଲା । ଭାରତର ୧୫୧ ରନ ଜବାବରେ ପାକିସ୍ତାନ କୌଣସି ନହରାଇ ୧୭.୫ ଓଭରରେ ବିଜୟ ଲକ୍ଷ୍ୟ ୧୫୨ ରନରେ ପହଂଚି ଯାଇଥିଲା । ଭାରତର ଏହି ପରାଜୟ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନ ଭାଙ୍ଗି ଦେଇଥିଲା । କାରଣ ପାକିସ୍ତାନ ଠାରୁ ଠାରୁ ଆଦୌ ହାରିନଥିବା ଟିମ ଇଣ୍ଡିଆ । ପ୍ରଥମ ଥର ଏବଂ ଶୋଚନୀୟ ହାରିଲା । ପାକିସ୍ତାନ ପକ୍ଷରୁ ଦୁଇ ଓପନର ମହମଦ ରିଜୱନ ୭୯ ଏବଂ ଅଧିନାୟକ ବାବର ଆଜମ ୬୮ ରନ କରି ଅପରାଜିତ ରହିଥିଲେ। ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ୭ ଉଇକେଟରେ ୧୫୧ ରନ କରିଥିଲା ।ଭାରତ ତାର ଦ୍ଵିତୀୟ ମ୍ୟାଚ ୩୧ ତାରିଖ ଦିନ ନିଉଜିଲାଣ୍ଡକୁ ଭେଟିବ।

ତେବେ ଏହି ଟି-୨୦ ବିଶ୍ୱକପ ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ହାରିବା ପରେ ପ୍ରତିକ୍ରିୟା ରଖିଥିଲେ ଅଧିନାୟକ ବିରାଟ୍‌ କୋହଲି । କୋହଲି କହିଥିଲେ ଆମେ ଯେଉଁ ଯୋଜନା କରିଥିଲୁ ,ତାକୁ କାର୍ଯ୍ୟକାରୀ କରିପାରିନଥିଲୁ । ସମସ୍ତ ବିଭାଗରେ ଦୁର୍ବଳ ପ୍ରଦର୍ଶନ କରିଥିଲୁ । ଆରମ୍ଭରୁ ୩ଟି ସହଳ ଓ୍ଵିକେଟ୍‌ ଯିବା ପରେ ପ୍ରତ୍ୟାବର୍ତ୍ତନ କରିବା କଷ୍ଟକର ଥିଲା । ପାକିସ୍ତାନ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଆମକୁ ଆଗକୁ ବଢିବାକୁ ଦେଇନଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ପାକିସ୍ତାନ ପେସାଦାର ପ୍ରଦର୍ଶନକୁ କୋହଲି ପ୍ରଶଂସା କରିଥିଲେ । ଟୁର୍ଣ୍ଣାମେଣ୍ଟ ଏବେ ଆରମ୍ଭ ହୋଇଛି , ଅନ୍ତଃ ନୁହେଁ । ଏଣୁ ଏବେଠାରୁ ଆମେ ନିରାଶ ହେଉ ନାହୁଁ ବୋଲି କହିଥିଲେ ବିରାଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.