ଜମି ନିକଟରେ ଥିବା ଗଛକୁ ନେଇ ବିବାଦ: ଗାଁ ଦାଣ୍ଡରେ ମହିଳାଙ୍କୁ ନିର୍ଘାତ ମାଡ଼ ମାରିଲେ ଯୁବକ

ଉଦଳା(କେନ୍ୟୁଜ୍): ଗାଁ ଦାଣ୍ଡରେ ମହିଳାଙ୍କୁ ନିର୍ଘାତ ମାଡ଼। ମାଡ଼ ମାରିଲେ ଜଣେ ଯୁବକ। ରାସ୍ତାରେ ପକାଇ ଦେଲେ ନିର୍ଯାତନା। ଉଦଳା ଥାନା ବରଡ଼ିହି ପଞ୍ଚାୟତ ପାଟଶାଣିପୁର ଗ୍ରାମରେ ଘଟିଛି ଏହି ଅଭାନୀୟ ଘଟଣା। ସୂଚନା ମୁତାବକ,  ଜମି ନିକଟରେ ଥିବା ଗଛକୁ ନେଇ ବିବାଦର ଆରମ୍ଭ ହୋଇଥିଲା। ଏହି ବିବାଦକୁ ନେଇ ମହିଳାଙ୍କୁ ଆକ୍ରମଣ କରିଥିଲେ ଯୁବକ। ତେବେ ଯୁବକଙ୍କ ମରଣାତ୍ମକ ଆକ୍ରମଣରେ ମହିଳା ଜଣକ ଗୁରୁତର ହୋଇଥିବାବେଳେ, ତାଙ୍କୁ ଉଦ୍ଧାର କରାଯାଇ ଜିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ନେଇ ଖବର ପାଇବା ପରେ ଉଦଳା ପୋଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।