କେବେ ଖାଇଛନ୍ତି କି ଦହି ସାଣ୍ଡଓ୍ଵିଚ୍‌, ଟେଷ୍ଟରେ ଏକଦମ୍‌ ଜବରଦସ୍ତ

ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ହଙ୍ଗ୍‌ କର୍ଡ (ଦହି)
  • ପିଆଜ
  • କାକୁଡି
  • ଗାଜର
  • ସିମଲା ଲଙ୍କା
  • ଧନିଆ ପତ୍ର
  • ଲୁଣ
  • ଗୋଲମରୀଚ ପାଉଡର
  • ଚାଟ ମସଲା
  • ଗ୍ରୀନ ଚଟଣୀ
  • ବ୍ରେଡ ସ୍ଲାଇସ

ପ୍ରସ୍ତୁତି ପ୍ରଣାଳୀ

  • ଏହାକୁ ବନାଇବା ପାଇଁ ସର୍ବପ୍ରଥମେ ଦହିକୁ ଏକ ସୂତା କପଡାରେ ବାନ୍ଧି ରଖି ଦିଅନ୍ତୁ। ଯେତେବେଳେ ଦହି ର ସମସ୍ତ ପାଣି ବାହରିଯିବ ସେତେବେଳେ ଏହି କପଡାକୁ ଖୋଲି ଦିଅନ୍ତୁ।
  • ଏବେ ସମସ୍ତ ପରିବାକୁ ଭଲଭାବେ ଧୋଇଦିଅନ୍ତୁ ତାପରେ କାଟି ଦିଅନ୍ତୁ। ଆପଣ ଗାଜରକୁ କଦ୍ଦୁକସ୍‌ କରିଦିଅନ୍ତୁ।
  • ଏକ ପାତ୍ରରେ ସମସ୍ତ ପରିବାକୁ ପକାନ୍ତୁ ଏବଂ ତାପରେ ହଙ୍ଗ୍‌ କର୍ଡ ପକାଇଦିଅନ୍ତୁ। ଏହିସବୁକୁ ଭଲଭାବେ ମିକ୍ସ କରିଦିଅନ୍ତୁ।
  • ଏଥିରେ ଲୁଣ ଏବଂ ଗୋଲ ମରୀଚ ପାଉଡର ପକାଇ ମିକ୍ସ କରିଦିଅନ୍ତୁ।
  • ବ୍ରେଡ ସ୍ଲାଇସ ନିଅନ୍ତୁ ଏବଂ ତାପରେ ଗ୍ରୀନ ଚଟଣୀ ଲଗାଇ ଦିଅନ୍ତୁ। ଏବେ ଏହି ମିଶ୍ରଣ ଦିଅନ୍ତୁ ଏବଂ ଏହାପରେ ଅନ୍ୟ ଏକ ବ୍ରେଡରେ କଭର କରିଦିଅନ୍ତୁ।
  • ଏବେ ଏହାକୁ ଭଲଭାବେ ମଝିରୁ କାଟି ଦିଅନ୍ତୁ ଏବଂ ଟେଷ୍ଟି ସାଣ୍ଡଓ୍ଵିଚର ମଜା ନିଅନ୍ତୁ।