ଯୁବକଙ୍କୁ ପେଟ୍ରୋଲ ଢାଳି ଜାଳିଦେଲେ ! ଦଗ୍ଧ ମୃତଦେହ ଉଦ୍ଧାର

ରାଉଲକେଲା(କେନ୍ଯୁଜ୍): ସୁନ୍ଦରଗଡ଼ ବିରମିତ୍ରପୁର ଥାନା ଅଧୀନରେ ପୁଣି ଏକ ଲୋମହର୍ଷଣ କାରୀ ହତ୍ୟାକାଣ୍ଡ ସନ୍ଦେହ! ଜଣେ ୨୩ ବର୍ଷର ଯୁବକଙ୍କୁ ପେଟ୍ରୋଲ ଢାଳି ପୋଡି ହତ୍ୟା କରାଯାଇଥିବା ସନ୍ଦେହ। ବିରମିତ୍ରପୁର ମ୍ଯୁନିସିପାଲିଟି ତହସିଲ କାର୍ଯ୍ଯାଳୟ ପଛପଟେ ୧୦ ନମ୍ବର ୱାର୍ଡରୁ ସମ୍ପୂର୍ଣ୍ଣ ଦଗ୍ଧ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର।

ଯୁବକଙ୍କ ନାମ ରିତିକ କେଶରୀ। ସେ ଏକ କୋରିଅର କମ୍ପାନୀରେ ଡେଲିଭରି ବୟ ଭାବେ କାମ କରନ୍ତି। ଯଦିଓ ଏପର୍ଯ୍ଯନ୍ତ ମୃତ୍ୟୁର କାରଣ ପୋଲିସ ତରଫରୁ ସ୍ପଷ୍ଟ କରାଯାଇନାହିଁ କିନ୍ତୁ ଘଟଣା ସ୍ଥଳକୁ ଅନୁଧ୍ୟାନ କଲେ ଯୁବକଙ୍କୁ ହତ୍ୟା କରାଯାଇ ଜାଳି ଦେଇଥିବା ସନ୍ଦେହ କରାଯାଉଛି।

ଘଟଣା ସ୍ଥଳରେ ବିରମିତ୍ରପୁର ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କୁ ପୋଲିସ ପକ୍ଷରୁ ଖବର ଦିଆଯାଇଛି । ଗତକାଲି ରାତିରେ ରିତିକ ତାଙ୍କ ସାଙ୍ଗ ମାନଙ୍କ ସହ ମଉଜ ମସ୍ତି କରିବା ପରେ ଏଭଳି ଘଟଣା ଘଟିଛି ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି। ପୋଲିସ ତଦନ୍ତ ପରେ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.