ପାରିବାରିକ ବିବାଦକୁ କେନ୍ଦ୍ର କରି ଅଭାବନୀୟ ଘଟଣା: ୬ ଦିନ ତଳେ ବିଷ ଖାଇ ଜୀବନ ହାରିଥିଲେ ବାପା, ଆଉ ଏବେ ବେକରେ ରଶି ଲଗାଇ ପୁଅର ଆତ୍ମହତ୍ୟା

ଖୋର୍ଦ୍ଧା: ଜଟଣୀ ବ୍ଲକ ଜାମୁକୋଳି ପଂଚାୟତ ମୁଣ୍ଡଳ ଗ୍ରାମରେ ଅଭାବନୀୟ ଘଟଣା । ଗ୍ରାମର ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବକ ଜଣକ ସେହି ଗ୍ରାମର ଗଣେଷ ସେଠୀ ।

ଘଟଣା ସ୍ଥଳରେ ପୋଲିସ ପଂହଚି ଶବ କୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ମୃତ ଯୁବକ ଜଣକର ବାପା ୬ ଦିନ ତଳେ ବିଷ ଖାଇ ଆତ୍ମହତ୍ୟା କରିଥିଲେ । ପାରିବାରିକ ବିବାଦକୁ କେନ୍ଦ୍ର କରି ମାନସିକ ସନ୍ତୁଳନ ହରାଇ ଏହି କାଣ୍ଡ ଘଟିଥିବା ପ୍ରାଥମିକ ପର୍ଯ୍ୟାୟ ତନ୍ତ ରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.