Below header

ଯାଜପୁର ଭେଲଙ୍ଗ ଗ୍ରାମରେ ଯୁବକଙ୍କୁ ଗଳାକାଟି ହତ୍ୟା, କିଏ କାହିଁକି ମାରିଲା ଜଣାପଡୁ ନାହିଁ

ଯାଜପୁର ଟାଉନ: ଯୁବକଙ୍କୁ ଗଳାକାଟି ହତ୍ୟା ଅଭିଯୋଗ। ଯାଜପୁର ଟାଉନ ଥାନା ଭେଲଙ୍ଗ ଗ୍ରାମରେ ଘଟିଛି ଏହି ଅଘଟଣା । ଗତକାଲି ରାତି ପ୍ରାୟ ୮ ଟାରେ ଉକ୍ତ ଗ୍ରାମର ମଧୁସୁଦନ ମଲିକଙ୍କ ପୁଅ ଟୁଟନ ମଲିକ (୨୨)ଏକ ସାଇକଲେ ଯୋଗେ ଜାର୍ ଧରି ପେଟ୍ରୋଲ ଆଣିବା ପାଇଁ ନିକଟସ୍ଥ ତେଲ ଟାଙ୍କିକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ଫେରିନଥିଲେ ।

ତେବେ କିଛି ସମୟ ପରେ  ସ୍ଥାନୀୟ ଲୋକେ ଟୁଟନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ଥିବାର ଦେଖିବାକୁ ପାଇ ପରିବାର ଲୋକଙ୍କୁ ଖବର ଦେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କିଏ ଓ କାହିକିଁ ଏପରି ଘଟଣା ଘଟାଇଛି ତାହା ସ୍ପଷ୍ଟ ହୋଇନାହିଁ। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଇଛି। ମୃତ ଦେହ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ରଖା ଯାଇଥିବା ବେଳେ ଟାଉନ ପୁଲିସ ଘଟଣାସ୍ଥଳରେ ପହଁଚି ଅନୁସନ୍ଧାନ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.