Below header

ସେଣ୍ଟ୍ରାଲ ରେଲୱେରେ ଚାକିରିର ସୁଯୋଗ, ଜଲଦି କରନ୍ତୁ ଆବେଦନ

ରେଳ ବିଭାଗରେ ନିଯୁକ୍ତି ପାଇଁ ଲଗାତାର ବିଜ୍ଞପ୍ତି ପ୍ରକାଶ ପାଉଛି। ସେହିଭଳି ଲକ୍ଷ ଲକ୍ଷ ଯୁବପିଢି ସରକାରୀ ଚାକିରି ପାଇଁ ଆବେଦନ ମଧ୍ଯ କରୁଛନ୍ତି। ଏନେଇ ଯେଉଁ ଆଶାୟୀ ପାର୍ଥୀ ଭାରତୀୟ ରେଲୱେରେ ନିଯୁକ୍ତି ଚାହୁଁଛନ୍ତି, ସେମାନେ ସେଣ୍ଟ୍ରାଲ ଲେୱେ ଦ୍ବାରା ପ୍ରକାଶ ପାଇଥିବା ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏଥିପାଇଁ ଆବେଦନକାରୀଙ୍କୁ ସାକ୍ଷାତକାରରେ ସାମିଲ ହେବାକୁ ପଡିବ।

ମହତ୍ତ୍ବପୂର୍ଣ୍ଣ ତାରିଖ:

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୦୮ ଜୁଲାଇ ୨୦୨୦

ଆବେଦନ ପତ୍ର ଜମା କରିବାର ଅନ୍ତିମ ତାରିଖ: ୨୦ ଜୁଲାଇ ୨୦୨୦

medical-officerଶିକ୍ଷାଗତ ଯୋଗ୍ଯତା:

ଏହି ବିଭାଗର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ଯତା ପଦବୀ ଅନୁଯାୟୀ ଭିନ୍ନ ଭିନ୍ନ ନିର୍ଦ୍ଦାରଣ କରାଯାଇଛି।

ପଦବୀ ନାମ ଏବଂ ପଦ ସଂଖ୍ଯା:

ସ୍ପେଶିୟାଲିଷ୍ଟ: ୧୨ ପଦ

ସିଏମପି/ଜିଡିଏମଓ: ୩୬ ପଦ

ହେଲ୍ଥ ଏବଂ ମଲେରିୟା ଇସ୍ପେକ୍ଟର: ୦୬ ପଦ

ଫାର୍ମାସିଷ୍ଟ: ୦୬ ପଦ

medical_ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ନ୍ଯୁନତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ୩୫, ୫୩ ଏବଂ ୬୫ ପଦବୀ ଅନୁଯାୟୀ ନିର୍ଦ୍ଦାରିତ କରାଯାଇଛି।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ସାକ୍ଷାତକାର ମାଧ୍ଯମ ଅର୍ଥାତ (ସ୍କାଇପ୍ କିମ୍ବା ହ୍ବାଟ୍ସଆପ୍) ଜରିଆରେ ଚୟନ କରାଯିବ।

railway jobଆବେଦନ ପ୍ରକ୍ରିୟା:

ସେଣ୍ଟ୍ରାଲ ରେଲୱେ ଦ୍ବାରା ପ୍ରକାଶ ପାଇଥିବା ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀ ୱେବସାଇଟ୍ ଜରିଆରେ ଆସନ୍ତା ଜୁଲାଇ ୨୦ ତାରିଖ ପୂର୍ବରୁ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.