ରୋଡ ଉପରେ କମେଣ୍ଟ ମାରିଲା ରସିକିଆ ଯୁବକ, ତା’ପରେ ଯୁବତୀଙ୍କ ଗୋଡ ଧରି ଭୂଲ ମାଗିଲା

ଆଠଗଡ (କେନ୍ୟୁଜ) : ମୋର ଭୁଲ ହେଇଗଲା…କ୍ଷମା କରିଦିଅ…କାନମୁଣ୍ଡ ଆଉଁସୁଛି ଆଉ ଦିନେ କମେଣ୍ଟ ମାରିବିନି । ରୋଡ ରୋମିଓ ସାବଧାନ୍‌। ଯୁବକଙ୍କୁ ମହଙ୍ଗା ପଡିଲା କମେଣ୍ଟ ମାରିବା। କମେଣ୍ଟ ମାରି ଗୋଡ ଧରି ଭୁଲ ମାଗିଲେ ରୋଡ ରୋମିଓ।

ଦେଖନ୍ତୁ ଏ ରସିକିଆ ଯୁବକକୁ। କେମିତି ମହଙ୍ଗା ପଡିଲା କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା। କମେଣ୍ଟ ତ ମାରିଦେଇଛି ଆଉ କରିବ ବା କଣ, ଆଉ କିଛି ଉପାୟ ହିଁ ନାହିଁ, ଥାନାକୁ ଗଲା, ଛେଚା ଖାଇଲା ଆଉ ଶେଷରେ ରୋମିଓ ଆମର ଗୋଡ ଧରି ଭୁଲ ମାଗିଲା। ଆଠଗଡ ତିଗିରିଆ ଅଞ୍ଚଳର ଏହି ରସିକିଆ ଯୁବକ ଜଣେ କଲେଜ୍‌ ଛାତ୍ରୀଙ୍କୁ କିଛି ଦିନ ଧରି ପିଛା କରୁଥିଲା। କଲେଜ ଯିବା ବାଟରେ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ବହୁ ହଇରାଣ କରୁଥିଲା। ଛାତ୍ରୀ ଜଣଙ୍କ ବି ଏପରି ନକରିବାକୁ ତାଗିଦ୍‌ କରିଥିଲେ। କିନ୍ତୁ ମାନିଲାନି ରୋମିଓ ଜଣଙ୍କ। ପ୍ରେମ ନିଶା ଘାରିଛି କରିବ ବା କଣ?

commentତେବେ ବାରମ୍ବାର ଯୁବକର ଏଭଳି ଆଚରଣରେ ବିରକ୍ତ ହୋଇ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାକୁ ନେଇ ଘରଲୋକେ ଥାନାରେ ଜଣାଇଲା ପରେ ଯୁବକକୁ ଡକାଇଥିଲା ପୋଲିସ। ନିର୍ଦ୍ଧୁମ ଛେଚିଲା, ଧକାବେକା ବି ଦେଲା, ଆଉ କିଛି ଉପାୟ ନପାଇ ବିଚରା ଯୁବକ ଯୁବତୀଙ୍କ ଗୋଡ ଧରି ଭୂଲ ମାଗିଲା।

ତେବେ ଦେଖିଲେ ତ ରୋଡ ଉପରେ କମେଣ୍ଟ ମାରିଲେ ଅବସ୍ଥା କଣ ହୁଏ। ତେଣୁ ବେଳ ହୁଁ ସାବଧାନ ହୁଅନ୍ତୁ ନଚେତ ଆପଣଙ୍କର ଅବସ୍ଥା ବି ଏମିତି ହୋଇପାରେ। ଏହି ଘଟଣାର ଦୃଶ୍ୟ କେବଳ ଆଠଗଡ଼ ତିଗିରିଆ ଅଞ୍ଚଳ ପାଇଁ ନୁହେଁ ଆଜିର ଯୁବ ସମାଜ ପାଇଁ ନିଶ୍ଚିତ ଏକ ଉଦାହଣ ସୃଷ୍ଟି କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.