Below header

ପ୍ରେମିକା ଅନ୍ୟର ହୋଇଗଲା ବୋଲି ଆତ୍ମହତ୍ୟା କରିଦେଲେ ଯୁବକ, ସୁସାଇଡ୍ ନୋଟରେ ଲେଖିଲେ ବାପା ମା’ କ୍ଷମା କରିଦିଅ

ଭଦ୍ରକ(କେନ୍ୟୁଜ୍):  ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ତେନ୍ତୁଳିଗଢିଆ ଗ୍ରାମର ୨୨ ବର୍ଷୀୟ ଯୁବକଙ୍କ ଆତ୍ମହତ୍ୟା ।  ନିଜ ପ୍ରେମିକା ଅନ୍ୟ ଜଣକ ସାଙ୍ଗର ହୋଇଗଲା ପରେ ସବୁ ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ଯୁବକ ଦିଗବିଜୟ ସ୍ୱାଇଁ। ଡିପ୍ଲୋମା ପାଠ ସାରିବା ପରେ ସେ ଘରେ ରହୁଥିଲେ।  କିଛି ଦିନ ହେବ ନିଜ ପ୍ରେମ ସମ୍ପର୍କ ପାଇଁ ବିଷାଦରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ଦିଗବିଜୟର ସାଙ୍ଗ ଜଗନ ତାଙ୍କ ବଡବାପାଙ୍କୁ ଫୋନ ଯୋଗେ ଏକ ସୁସାଇଡ଼ ନୋଟ କଥା କହିଥିଲେ।  ପରେ ପରିବାର ଲୋକେ ଜଗନଙ୍କ ମୋବାଇଲରେ ଏମିତି ଏକ ନୋଟ ଦେଖିଥିଲେ ଯାହାକି ଅନ୍ୟ ଗୋଟିଏ ନମ୍ବରରୁ ଆସିଥିଲା।

ପରେ ଦିଗବିଜୟଙ୍କୁ ରୁମକୁ ଯାଇ ଦେଖିବାରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରେ ଜଗନ ଚିଠି ଗାଏବ କରିବା ସହ ଦିଗବିଜୟଙ୍କ ମୋବାଇଲ ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।  ତେବେ ଏନେଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜଗନଙ୍କ ନିକଟରେ ଥିବା ଚିଠିରେ ଏହି ଆତ୍ମହତ୍ୟା ପ୍ରେମ ଓ ପ୍ରତାରଣା ପାଇଁ ହୋଇଥିବା ଜଣା ପଡୁଛି କି ନାହିଁ ପୋଲିସର ତଦନ୍ତ ପରେ ହିଁ ଜଣାପଡିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.