Below header

କିଭରେ ଥିବା ମିଲିଟାରୀ ହାର୍ଡେଓ୍ଵୟାର ଫ୍ୟାକ୍ଟ୍ରିରେ ହମଲା କରିଛି ରୁଷ୍‌ ସେନା, ଚାଲିଛି ଘନ ଘନ ଏୟାରଷ୍ଟ୍ରାଇକ୍‌

କେନ୍ୟୁଜ୍(ବ୍ୟୁରୋ): ୟୁକ୍ରେନର ପ୍ରତିଆକ୍ରମଣର ବଦଲା ନେବା ଆରମ୍ଭ କରିଛି ରୁଷ । କିଭ୍‌ ଉପରେ ଆରମ୍ଭ ହୋଇଛି ଆକ୍ରମଣ । ଆଜି କିଭରେ ଥିବା ମିଲିଟାରୀ ହାର୍ଡେଓ୍ଵୟାର ଫ୍ୟାକ୍ଟ୍ରିରେ ହମଲା କରିଛି ରୁଷ୍‌ ସେନା । ଘନ ଘନ ଏୟାରଷ୍ଟ୍ରାଇକ୍‌ ହୋଇଛି । ଏହି ଘଟଣା ପରେ ସେଠାରୁ ପ୍ରବଳ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ୟୁକ୍ରେନ୍‌ ପୋଲିସ ଓ ସେନା ଅଧିକାରୀ ମୁତୟନ ଅଛନ୍ତି । ସେପଟେ ଲିଭିଉରେ ବି ମିସାଇଲ୍‌ ଆଟାକ୍‌ କରିଛି ରୁଷ୍‌ । ସୁଖୋଇ-୩୫ ଲଢୁଆ ଯୁଦ୍ଧ ବିମାନରୁ ମିସାଇଲ୍‌ ମାଡ଼ କରିଛି । ଯାହାର କଡ଼ା ମୁକାବିଲା କରିଥିଲା ୟୁକ୍ରେନ୍‌ ।

ପ୍ରତି ଆକ୍ରମଣରେ ରୁଷର ୪ଟି କ୍ରୁଜ୍‌ ମିସାଇଲକୁ ୟୁକ୍ରେନ୍‌ ଧ୍ୱଂସ କରିଛି । ଗତକାଲି କିଭ୍‌ ନିକଟରେ ଥିବା ୟୁକ୍ରେନର ଏକ ମିଶାଇଲ କାରଖାନାକୁ ଧ୍ୱଂସ କରିଥିଲା ରୁଷ । କାଲିବର କ୍ରୁଜ ମିଶାଇଲ ସାହାଯ୍ୟରେ କାରଖାନାକୁ ଧ୍ୱଂସ କରାଯାଇଥିବା ମସ୍କୋ ତରଫରୁ କୁହାଯାଇଥିଲା । ଏହି ଫ୍ୟାକ୍ଟ୍ରିରେ ଆଣ୍ଟି ଏୟାର କ୍ରାଫ୍ଟ ଓ ଆଣ୍ଟି ସିପ୍‌ ମିଶାଇଲ ନିର୍ମାଣ ଓ ମରାମତି କରାଯାଉଥିଲା । ସେପଟେ ବୁଚା ଓ ବରୋଦିଆଙ୍କା ପରେ କିଭ୍‌ରୁ ଲୋକଟାଙ୍କୁରା ଦୃଶ୍ୟ ସାମନାକୁ ଆସିଛି । ସେଠାରୁ ୯୦୦ ସାଧାରଣ ନାଗରିକ ମୃତଦେହ ଉଦ୍ଧାର । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.