‘ଯଦି ଭାରତକୁ କ୍ଷତି ପହଞ୍ଚାଇବ, ତ ଆମେ କାହାକୁ ଛାଡ଼ିବୁ ନାହିଁ’…ଚୀନକୁ ଏମିତି ଚେତାବନୀ ଦେଲେ ରାଜନାଥ ସିଂ

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ‘ଯଦି ଭାରତକୁ କ୍ଷତି ପହଞ୍ଚାଇବ, ତ ଆମେ କାହାକୁ ଛାଡ଼ିବୁ ନାହିଁ’। ସାନ୍‌ ଫ୍ରାନ୍ସିସ୍କୋରେ ଭାରତୀୟ ବାଣିଜ୍ୟ ଦୂତାବାସ ଦ୍ୱାରା ଆୟୋଜିତ ଏକ ସ୍ୱାଗତ ସମାରୋହରେ ଯୋଗଦେଇ ରାଜନାଥ ସିଂ ଏହା କହିଛନ୍ତି। ଚୀନ ସୀମାରେ ଭାରତୀୟ ଯବାନମାନଙ୍କ ସାହସିକତା ବିଷୟରେ ସେ କହିଥିଲେ।

ସେ କହିଥିଲେ କି, ‘ମୁଁ ଖୋଲାଖୋଲି ଭାବେ ଏହା କହି ପାରିବି ନାହିଁ ଯେ ସେମାନେ (ଭାରତୀୟ ସୈନିକ) କ’ଣ କରିଛନ୍ତି ଏବଂ ଆମେ (ସରକାର) କ’ଣ ନିଷ୍ପତ୍ତି ନେଇଛୁ। କିନ୍ତୁ ମୁଁ ନିଶ୍ଚିତ ରୂପେ ଏହା କହି ପାରିବି ଯେ ଚୀନକୁ ଏକ ବାର୍ତ୍ତା ଯାଇଛି, ଯଦି ଭାରତୀୟଙ୍କୁ କ୍ଷତି ହେଲା, ତ ଭାରତ କାହାକୁ ବି ଛାଡ଼ିବ ନାହିଁ’।

ସୂଚନାଥାଉ କି, ପ୍ରତିରକ୍ଷା ମନ୍ତ୍ରୀ ଓ୍ଵାଶିଙ୍ଗ୍‌ଟନ ଡିସିରେ ଭାରତ ୟୁଏସ୍‌ 2+2 ମନ୍ତ୍ରୀସ୍ତରୀୟ ବୈଠକରେ ଭାଗ ନେବାକୁ ଯାଇଥିଲେ। ଏହାପରେ ସେ ୟୁଏସ୍‌ ଇଣ୍ଡୋ-ପାସିଫିକ୍‌ କମାଣ୍ଡ ମୁଖ୍ୟାଳୟ ଏବଂ ପରେ ସାନ୍‌ ଫ୍ରାନ୍ସିସ୍କୋରେ ବୈଠକ ପାଇଁ ବିମାନ ଯାତ୍ରା କରିଥିଲେ। କହି ରଖୁଛୁ, ପେଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ପରେ ମେ’ ୨୦୨୦ରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ଲଦାଖ ସୀମା ଗତିରୋଧ ଆରମ୍ଭ ହୋଇଥିଲା। ୧୫ ଜୁନ, ୨୦୨୦ରେ ଉଭୟ ସେନା ଗଲଓ୍ଵାନ ଘାଟିରେ ସଂଘର୍ଷ କରିବା ପରେ ଗତିରୋଧ ବଢ଼ି ଯାଇଥିଲା, ଯାହାର ପରିଣାମ ସ୍ୱରୂପ ୨୦ ଭାରତୀୟ ସୈନିକ ଏବଂ ଏକ ଅଜଣା ସଂଖ୍ୟାରେ ଚୀନ ସୈନିକଙ୍କ ମୃତ୍ୟୁ ଘଟିଥିଲା।

ସମସ୍ତଙ୍କ ସହିତ ସମାନ ମନୋଭାବ ନୀତି

ୟୁକ୍ରେନ ଯୁଦ୍ଧ କାରଣରୁ ରୁଷ୍‌ ଉପରେ ଆମେରିକାର ଚାପ ସମ୍ବନ୍ଧରେ କୌଣସି ସିଧା ବୟାନ ନ ଦେଇ ରାଜନାଥ କହିଥିଲେ, ଭାରତ ‘ଜିରୋ ସମ୍‌ ଗେମ୍‌’ କୂଟନୀତିରେ ବିଶ୍ୱାସ କରେ ନାହିଁ। ସେ କହିଥିଲେ କି, ‘ଯଦି ଭାରତର କୌଣସି ଏକ ଦେଶ ସହିତ ଭଲ ସମ୍ପର୍କ ଅଛି, ତ ଏହାର ଅର୍ଥ ଏହା ନୁହେଁ ଯେ କୌଣସି ଅନ୍ୟ ଦେଶ ସହିତ ତା’ର ସମ୍ପର୍କ ଖରାପ ହୋଇଯିବ’।

ସେ କହିଥିଲେ, ‘ଭାରତ କୌଣସି ବି ପ୍ରକାର କୂଟନୀତି ଆପଣାଇ ନାହିଁ। ଭାରତ କେବେ ବି ଏହାକୁ ଆପଣାଇବ ନାହିଁ। ଆମେ ଅନ୍ତଃରାଷ୍ଟ୍ରୀୟ ସମ୍ବନ୍ଧରେ ‘ଜିରୋ ସମ୍‌ ଗେମ୍‌’ ବିଶ୍ୱାସ କରୁନାହିଁ। ଭାରତ ଏମିତି ଦ୍ୱିପାକ୍ଷିକ ସମ୍ବନ୍ଧ ବନାଇବାରେ ବିଶ୍ୱାସ କରିଥାଏ, ଯଦ୍ଦ୍ଵାରା ଦୁଇ ଦେଶକୁ ସମାନ ରୂପେ ଫାଇଦା ହୋଇ ପାରିବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.