Below header

ଥାନା ପରିସରରେ ଯୁବକଙ୍କ ମୃତ୍ୟୁ ଘଟଣା : ବଢୁଛି ସସପେନ୍ସ , ଗିରଫ ହେଲେ ଭାଇ ଭଉଣୀ

ଭୁବନେଶ୍ୱର (କେନ୍ୟୁଜ): ସହିଦନଗର ଅଞ୍ଚଳରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ପରିବାର ଲୋକଙ୍କ ଅଭିଯୋଗ କ୍ରମେ 302ରେ ହତ୍ୟା ମାମଲା ରୁଜୁ କଲା ସହିଦନଗର ଥାନା ପୋଲିସ । ମୃତକ ହେଲେ ଯାଜପୁର ଅଂଚଳର ବିଚିତ୍ର ପଲେଇ । ସେ ଗାଡ଼କଣ ଅଞ୍ଚଳରେ ରହି ଆସୁଥିଲେ । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଗତକାଲି ରାତି ୯ଟା ସମୟରେ ଥାନା ପରିସରରେ ଘଟିଛି ଅଘଟଣ ।

ପୋଲିସର ସୂଚନା ଅନୁସାରେ ଟଙ୍କା ଧାର ଓ ସୁଧ ବେପାରକୁ ନେଇ ହୋଇଥିଲା ଗଣ୍ଡଗୋଳ । ସେମାନଙ୍କ ଠାରୁ ୩ ଲକ୍ଷ ଟଙ୍କା ଧାର ଆକାରରେ ନେଇଥିଲେ ବିଚିତ୍ର । ଆର୍ଥିକ ଅନାଟନ ଭିତରେ ଗତି କରୁଥିଲେ ବିଚିତ୍ର । ପାଖାପାଖି ୩୦ ଲକ୍ଷ ଟଙ୍କା ଋଣ ବୋଝରେ ଭାରାକ୍ରାନ୍ତ ଥିଲେ ବିଚିତ୍ର । ସନ୍ଦିଗ୍ନ ଅପହରଣକାରି ମାନେ ଶାନ୍ତିପଲ୍ଲୀ ବସ୍ତିର ହୋଇଥିବା ସୂଚନା । ଏଥିରେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ନେଇ ସୂଚନା ପାଇଛି ପୋଲିସ । ବିଚିତ୍ରଙ୍କୁ ଅପହରଣ କରିଥିବା ଅଭିଯୁକ୍ତ ହେଉଛନ୍ତି ସମ୍ପର୍କରେ ଭାଇ ଭଉଣୀ । ଅପହରଣ କରି ନେଉଥିବା ଅଭିଯୋଗରେ ଗିରଫ ହେଲେ ।

ଅନ୍ୟପଟର ନେତ୍ରମଣୀ ବେହେରା ଓ ବଟକୃଷ୍ଣ ବେହେରା ସହିଦନଗର ଥାନାରେ ଅଟକ ଅଛନ୍ତି । ଉଭୟ ହେଉଛନ୍ତି ସମ୍ପର୍କରେ ଭାଇ -ଭଉଣୀ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି । ପୁଅକୁ ପିଟି ପିଟି ମାରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରିବା ପରେ, ତଦନ୍ତ କରୁଛି ପୁଲିସ ।କ୍ୟାପିଟାଲ ହସ୍ପିଟାଲରେ ମୃତଦେହର ହେବ ବ୍ୟବଚ୍ଛେଦ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.