ସମ୍ବଲପୁର କିସିଣ୍ଡା ଥାନା ଗେଟ୍‌ ସାମ୍ନାରେ ଭଉଣୀକୁ ହତ୍ୟା ଘଟଣା: ୨୪ ଘଣ୍ଟା ପରେବି ଉଠିନି ଶବ

ସମ୍ବଲପୁର(କେନ୍ଯୁଜ୍) : ସମ୍ବଲପୁର କିସିଣ୍ଡା ଥାନା ଗେଟ୍‌ ସାମ୍ନାରେ ଭଉଣୀକୁ ହତ୍ୟା ଘଟଣାର ୨୪ ଘଣ୍ଟା ପରେବି ଉଠିନି ଶବ । ମୁଖ୍ୟ ହତ୍ୟାକାରୀ ଗିରଫ ଦାବିରେ ଶତାଧିକ ଗ୍ରାମବାସୀ ଓ ପରିବାର ଲୋକେ ଶବକୁ ବ୍ୟବଚ୍ଛେଦ ପାଇଁ ଛାଡି ନାହାଁନ୍ତି । ପୋଲିସ ତଦନ୍ତ ଉପରେ ଅସନ୍ତୁଷ୍ଟ ଜାହିର କରିଛନ୍ତି ।

ଗତକାଲି କିସିଣ୍ଡା ଥାନା ଲୁଇସିଙ୍ଗ ଗାଁର ଦୁଇ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ବଡବାପା ଝିଅ କୁମାରୀ ମେହେର କିସିଣ୍ଡା ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବେଳେ ପଛପଟୁ କକା ପୁଅ ଭାଇ କ୍ଷୀରୋଦ ରୋହିଦାସ ଥାନା ଗେଟ୍‌ ସାମ୍ନାରେ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର ହୋଇଯାଇଥିଲେ । ଯାହାକୁ ନେଇ ଏବେ ଅସନ୍ତୋଷ ବଢିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.