କଳାହାଣ୍ଡି ଚାନ୍ଦୋତରା ଛକରେ ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ୨ ମୃତ

କଣ୍ଟାବାଞ୍ଝି (କେନ୍ଯୁଜ୍): ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୨ ମୃତ। କଳାହାଣ୍ଡି ସିଂଧେକେଲା ଥାନା ଚାନ୍ଦୋତରା ଛକରେ ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ।
ଟ୍ରକ ଡ୍ରାଇଭର ଦୁର୍ଘଟଣା ପରେ ଫେରାର ହୋଇଯାଇଥିବାବେଳେ ପୋଲିସ ଟ୍ରକକୁ ଜବତ କରିଛି। ମୃତଦେହ ଦୁଇଟିକୁ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।